ଅପରାଧଓଡିଶା

କର୍ତ୍ତବ୍ୟ ନିଭାଇଲେ ମହିଳା ପୋଲିସ ଅଫିସର; ସ୍ୱାମୀ ହାତରେ ପିନ୍ଧାଇଲେ ହାତକଡି

ବ୍ୟୁରୋ: ଆମ ଭାରତୀୟ ସମାଜରେ ବିବାହକୁ ପବିତ୍ର ସମ୍ପର୍କ ବୋଲି ମାନିଥାନ୍ତି । ଗୋଟେ ପୁଅ ଝିଅ ସାତ ଜନ୍ମପାଇଁ ପବିତ୍ର ଓ ନିବିଡ ସମ୍ପର୍କରେ ବାନ୍ଧି ହୋଇଥାଏ । ବିଶ୍ୱାସ ଓ ଭରସାର ସହିତ ବିବାହ ଯୁବକ ଯୁବତି ପରସ୍ପରର ହାତ ଧରିଥାନ୍ତି । ତେବେ ଅନେକ ସମୟରେ ନାନା ପ୍ରକାରର ଅଘଟଣ ଓ ଠକାମି ଦେଖିବାକୁ ମିଳିଥାଏ । ସେହିପରି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଆସାମରେ । ଠକେଇ ଅଭିଯୋଗରେ ଆସାମର ଜଣେ ମହିଳା ପୋଲିସ ଅଧିକାରୀ ନିଜ ଭାବୀ ସ୍ବାମୀଙ୍କୁ ଗିରଫ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ନଅଗାଁ ଥାନାରେ ଜୁନମୋନି ରାଭା ସବ୍ଇନ୍ସପେକ୍ଟର ଅଛନ୍ତି। ଯୁବକ ଜଣଙ୍କ ନିଜର ନକଲି ପରିଚୟ ଦେଇ ତାଙ୍କ ସହ ବିବାହ ସ୍ଥିର କରିଥିଲେ ଏବଂ ରାନା ପୋଗାଗ୍ଙ୍କ ସହ ଗତ ଅକ୍ଟୋବରରେ ତାଙ୍କର ନିର୍ବନ୍ଧ ସରିଥିଲା। ଆସନ୍ତା ନଭେମ୍ବରରେ ଉଭୟଙ୍କ ବାହାଘର ହେବାର ଥିଲା। ରାନା ପୋଗାଗ୍ ନିଜକୁ ଓଏନ୍ଜିସିର ଲୋକସମ୍ପର୍କ ଅଧିକାରୀ ପରିଚୟ ଦେଇ ଚାକିରି କରାଇଦେବା ନାଁରେ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ଆସିଥିଲା।

ତେବେ ମହିଳାଙ୍କର ସନ୍ଦେହ ହେବାରୁ ସେ ଯୁବକଙ୍କ ବିଷୟରେ ଅଧିକ ଖୋଳତାଡ଼ କରିଥିଲେ । ମାମଲାର ଯାଞ୍ଚ ପରେ ସେ ଜଣେ ଠକ ବୋଲି ଜଣାପଡ଼ିଥିଲା। ଯୁବକଙ୍କ ନାମରେ ୨୫ ଲକ୍ଷର ଠକାମି କେସ୍ ରହିବା ସହ ସେ ଓଏନଜିସିର କର୍ମଚାରୀ ନୁହନ୍ତି ବୋଲି ମହିଳା ଜଣଙ୍କ ଜାଣିବାକୁ ପାଇଥିଲେ। ଏଥି ସହିତ ପୋଲିସ ତାଙ୍କଠାରୁ ଓଏନ୍ଜିସିର ଜାଲ୍ ସିଲ୍ ସହ ମିଥ୍ୟା ପରିଚୟ ପତ୍ର ଓ ଅନ୍ୟ ଦସ୍ତାବିଜ୍ ଜବତ କରିଥିବା ବେଳେ ମହିଳା ଏସଆଇ ତାଙ୍କର ମଙ୍ଗେତରଙ୍କୁ ଗିରଫ କରିଥିଲେ ।

 

Related posts

ହିନ୍ଦୋଳ NAC ଉପାଧ୍ୟକ୍ଷା ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ

mahabharatanews

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ ଓସିଏସ ସାକ୍ଷାତକାର ପରୀକ୍ଷା

mahabharatanews

ନଦୀରେ ବୁଡ଼ି ଯୁବକ ମୃତ

mahabharatanews