ଓଡିଶା

ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

(ମହାଭାରତ, ପୁରୀ): ପୁରୀ ଅନ୍ତର୍ଗତ ହରିପୁର-ମୋଟରୀ ରେଳ ଷ୍ଟେସନ ମଧ୍ୟରେ ଥିବା ରେଳଧାରଣା ନିକଟରୁ ଜଣେ ଯୁବକର ମୃତଦେହକୁ ଖୋର୍ଦ୍ଧା ରେଲୱେ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ନୟାଗଡ ଜିଲ୍ଲାର ଇଟାମାଟି କଂସାରୀ ସାହିର ଶ୍ୟାମ ସୁନ୍ଦର ମହାରଣାଙ୍କ ପୁଅ ସଞ୍ଜୟ ମହାରଣା ବୋଲି ଜଣାପଡିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତ ଯୁବକଙ୍କ ବେକ, ମୁଣ୍ଡ, ପେଟ, ହାତ, ଗୋଡ ଓ ଦେହର ବିଭିନ୍ନ ଜାଗାରେ କ୍ଷତ ଚିହ୍ନ ରହିଛି । ମୃତ ଯୁବକଙ୍କ ପକେଟରୁ ଫୋନ ଓ ମନିପର୍ସ ଭିତରୁ ୮ ଶହ ଟଙ୍କା ସହ ପ୍ୟାନକାର୍ଡ ମିଳିଛି । ଖୋର୍ଦ୍ଧା ରୋଡ ଜିଆରପି ପୋଲିସ ଏଏସଆଇ ତଦନ୍ତ କରି ମୃତ ଯୁବକଙ୍କ ପରିଚୟ ପାଇଥିଲେ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ କାରଣ ଅସ୍ପଷ୍ଟ ରହିଥିବା ବେଳେ ଉକ୍ତ ଯୁବକଙ୍କୁ କେହି ହତ୍ୟା କରି ରେଳଧାରଣା କଡରେ ଫିଙ୍ଗି ଦେଇଥିବା ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି ।

Related posts

ଭୁବନେଶ୍ୱର ଓ କଟକ ବାର ମାଲିକଙ୍କ ପାଇଁ କଡ଼ା ନିର୍ଦ୍ଦେଶ

mahabharatanews

ସ୍ଥଳଭାଗ ଛୁଇଁ ପାରେ ବାତ୍ୟା !

mahabharatanews

ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀ ଧାନମଣ୍ଡି ପରିଦର୍ଶନ

mahabharatanews