ଓଡିଶା

ଲାଞ୍ଜିଗଡ: ଅଜଣା ରୋଗରେ ୪ ମୃତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଏବେ ଏକ ଅଜଣା ରୋଗ ଆତଙ୍କ ଖେଳାଇ ଦେଇଛି । ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ୍ ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଖକ୍ସି ଗାଁରେ ଅଜଣା ରୋଗରେ ଗତ ଦୁଇ ସପ୍ତାହ ମଧ୍ୟରେ ପ୍ରାୟ ୪ ଜଣଙ୍କ ମୃତ୍ୟୁ ଘଟିଲାଣି । ଏବେ ବି ୧୫ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଖବର ପାଇ ଗତ ସୋମବାର ଗୁରୁତର ୫ ଜଣଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଲାଞ୍ଜିଗଡ଼ ଏମ୍ଏଚ୍ୟୁ ଟିମ୍ ଡାକ୍ତର ନରେନ୍ଦ୍ର ଦାସଙ୍କ ନେତୃତ୍ୱରେ ଗାଁରେ ପହଞ୍ଚି ଅସୁସ୍ଥଙ୍କ ଚିକିତ୍ସା ଆରମ୍ଭ କରିଛି । ଏବେ ଆଉ ଭୟ କରିବାର କାରଣ ନାହିଁ, ସମସ୍ତେ ବର୍ତ୍ତମାନ ସୁସ୍ଥ ଅଛନ୍ତି ବୋଲି ସିଡିଏମ୍ଓ ଜଗୁଲାଲ ଅଗ୍ରୱାଲ ସୂଚନା ଦେଇଛନ୍ତି । ଖକ୍ସି ଗାଁରେ ଗତ ୧୮ ଦିନ ହେଲା ଏକ ଅଜଣା ରୋଗ ବ୍ୟାପିଛି । ଏହି ରୋଗରେ ଆକ୍ରାନ୍ତ ହେଉଥିବା ଲୋକେ ହଠାତ୍ ଅସୁସ୍ଥ ହୋଇ ପଡ଼ୁଛନ୍ତି । ଆକ୍ରାନ୍ତଙ୍କ ପେଟ, ହାତ ଓ ଗୋଡ଼ ଫୁଲି ଯାଉଛ । ୪ ଜଣ ରୋଗାକ୍ରାନ୍ତ ଶୁକ୍ରୁ ମାଝୀ(୩୮), ବୁତେ ମାଝୀ(୬୦), ଭୁର୍ଷି ମାଝୀ(୬୫) ଓ ସାରା ମାଝୀ(୬୦)ଙ୍କ ମୃତ୍ୟୁ ଘଟିଛିୟ ବୁଧବାର ମ୍ମ ଲାଞ୍ଜିଗଡ଼ ଡାକ୍ତରୀ ଦଳ ସେହି ଗାଁକୁ ଯାଇ ବିଭିନ୍ନ ରୋଗର ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ତେବେ, ରୋଗର କାରଣ ସ୍ପଷ୍ଟ ହୋଇନାହିଁ ।

Related posts

୧୦ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା; ଓ୍ଵାର୍ଣ୍ଣିଂ ଜାରି

mahabharatanews

ଆସନ୍ତାକାଲି ପୁରୀରେ ପ୍ରଦର୍ଶିତ ହେବ ‘ଆହେ ନୀଳଶଇଳ’

mahabharatanews

ଜିଲ୍ଲା ବ୍ଲକରେ ଅଭିଯୋଗ ଶୁଣିବେ ମନ୍ତ୍ରୀ: ପ୍ରଭାତୀ ପରିଡା

mahabharatanews