Uncategorized

ଶିବାଙ୍ଗୀଙ୍କ ମ୍ୟୁଜିକ ଭିଡ଼ିଓ ରିଲିଜ

(ମହାଭାରତ): ଟେଲିଭିଜନର ମେଗା ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା ହୈ’ରେ ନାଏରା ଭୂମିକାରେ ସମସ୍ତଙ୍କ ମନ ଜିତୁଛନ୍ତି ଶିବାଙ୍ଗୀ ଯୋଷୀ । ଏବେ ସେ ମ୍ୟୁଜିକ ଭିଡ଼ିଓ ଦୁନିଆରେ ପାଦ ଦେଇଛନ୍ତି । ତାଙ୍କର ଏକ ନୂଆ ମ୍ୟୁଜିକ ଭିଡ଼ିଓ ରିଲିଜ ହୋଇଛି ।

ଶିବାଙ୍ଗୀଙ୍କର ଏହି ଡ଼େବ୍ୟୁ ମ୍ୟୁଜିକ ଭିଡ଼ିଓର ଟାଇଟଲ ରହିଛି ‘ଆଦତେ’ । ଗୀତଟିକୁ ନିଖିଲ ଡ଼ିସୌଜା ଗାଇଥିବା ବେଳେ ଗୌରବ ଡ଼ଙ୍ଗାବକର ଏଥିରେ ମ୍ୟୁଜିକ ଦେଇଛନ୍ତି । ଗୀତଟିକୁ ଲେଖିଛନ୍ତି ଅନୁରାଗ ବୋମିଆ । ଭିଡ଼ିଓରେ ଶିବାଙ୍ଗୀଙ୍କ ସହ ସୂରଜ ରୟ ଅଭିନୟ କରିଛନ୍ତି । ଗୀତଟିକୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି । ଗୀତଟିକୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି । ମାତ୍ର ୨୪ଘଣ୍ଟା ଭିତରେ ଗୀତଟିକୁ ୭ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ବର୍ତ୍ତମାନ ସୋଶିଆଲ ମିଡ଼ିଆରେ ବି ଏହା ଭାଇରାଲ ହୋଇଛି ।

ନିଜ ଡ଼େବ୍ୟୁ ଆଲବମକୁ ନେଇ ଶିବାଙ୍ଗୀ କହିଛନ୍ତି, ‘ଆଜିକାଲି ବହୁତ ମ୍ୟୁଜିକ ଭିଡ଼ିଓ ଆସୁଛି । ତେଣୁ ମୁଁ ଟିକେ ନିଜ ଭିଡ଼ିଓକୁ ନେଇ ଅôଦକ ବାଛବିଚାର କରୁଥିଲି । କାରଣ ମୁଁ ଚାହୁଁଥିଲି ଯେ ମୋ ଗୀତଟି ବହୁତ ଭଲ ହେଉ ଓ ହୃଦୟକୁ ଛୁଇଁବା ଭଳି ହେଉ । ‘ଆଦତେ’ରେ ସେ ସବୁ କିଛି ରହିଛି । ଏହାଠୁ ଭଲ ମ୍ୟୁଜିକ ଭିଡ଼ିଓ ଆଉ ମୋତେ ମିଳି ନଥାନ୍ତା ।’ ଏହା ଏକ ସର୍ଟ ଲଭଷ୍ଟୋରୀ ଉପରେ ଆଧାରିତ,ଯେଉଁଥିରେ ଜଣେ ଯୁବକ ମୁକ ବ୍ୟକ୍ତି ଓ ଜଣେ ସାଧାରଣ ଝିଅ ଭିତରେ କିଭଳି ପ୍ରେମ ସମ୍ପର୍କ ଗଢିଉଠୁଛି ତାହା ଦେଖିବାକୁ ମିଳିଛି ।

Related posts

ଅ।ଙ୍ଗୁଠି କଳାପଣ ଯୋଗୁଁ ଚିନ୍ତାରେ ରହିଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

mahabharatanews

ଶ୍ରୀନଗର ସ୍ଥିତ ସିଆରପିଏଫ କ୍ୟାମ୍ପ ଉପରେ ଗ୍ରେନେଡ ଆକ୍ରମଣ

mahabharatanews

ଏହି ଉପାୟରେ କରନ୍ତୁ ଚନ୍ଦ୍ର ପୂଜା ଦୂର ହେବ ଆର୍ଥିକ ସଙ୍କଟ

mahabharatanews