Uncategorized

ଶୀତରେ ଥରୁଛି ଦିଲ୍ଲୀ ୪୦ ବିମାନ ବାତିଲ, ୪୫୦ ଉଡାଣ ବିଳମ୍ବ, ୨୧ ଡାଇଭର୍ଟ

(ନୂଆଦିଲ୍ଲୀ): ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଛି । ମଙ୍ଗଳବାର ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଏହି ଖରାପ ପାଗର ପ୍ରଭାବ ଏବେ ସିଧାସଳଖ ବିମାନ ଓ ଟ୍ରେନ ସେବା ଉପରେ ପଡିଛି । ମଙ୍ଗଳବାର ଦିଲ୍ଲୀ ବିମାନବନ୍ଦରରୁ ୪୦ଟି ବିମାନକୁ ବାତିଲ କରାଯାଇଥିବା ବେଳେ ୪୫୦ଟି ବିମାନ ବିଳମ୍ବରେ ଉଡାଣ ଭରିଛନ୍ତିି । ୨୧ଟି ବିମାନକୁ ଡାଇଭର୍ଟ ବା ଦିଗ ପରିବର୍ତ୍ତନ କରାଯାଇଛି । ସେହିପରି ୩୪ଟି ଟ୍ରେନ ୭ ଘଣ୍ଟା ବିଳମ୍ବରେ ଚାଲୁଛି । ହରିୟାଣାର ୧୬ ଜିଲ୍ଲା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଥଣ୍ଡା ଓ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ସେହି ସମୟରେ ୦ରୁ ୫୦ ମିଟର ଯାଏଁ ରାସ୍ତା ଦୃଶ୍ୟମାନ ହେବ ବୋଲି ଜଣାଯାଇଛି । ଅନ୍ୟପକ୍ଷରେ ପଞ୍ଜାବର ୧୮ ଜିଲ୍ଲାରେ ଥଣ୍ଡା ପାଇଁ ଆଲର୍ଟ ଜାରି କରାଯିବା ସହ ଜାନୁଆରୀ ୨ ଓ ୩ରେ ବର୍ଷା ସହ ତୁଷାରପାତ ହେବାର ସମ୍ଭାବନା ରହିଛି ।

ଘରୋଇ ବିମାନ ଇଣ୍ଡିଗୋ ଓ ଭିସ୍ତାରା ଗତ ସୋମବାର ନିଜର ଯାତ୍ରୀଙ୍କ ପାଇଁ ସତର୍କ ସୂଚନା ଜାରି କରିଛି । ଦିଲ୍ଲୀରୁ ଉଡାଣ ଭରୁଥିବା ବିମାନ ଖରାପ ପାଗ ପାଇଁ ପ୍ରଭାବିତ ହୋଇପାରେ ବୋଲି ଏଥିରେ ଦର୍ଶାଯାଇଛି । ଶୀତର ପ୍ରକୋପ ଯୋଗୁଁ ବିମାନ ବ୍ୟତୀତ ଟ୍ରେନ ସେବା ମଧ୍ୟ ପ୍ରଭାବିତ ହୋଇଛି । ପାଖାପାଖି ୩୪ଟି ଟ୍ରେନ ବିଳମ୍ବରେ ଚାଲୁଛି । କିଛି ଟ୍ରେନ ୭ ଘଣ୍ଟା ଓ ଅନ୍ୟ କିଛି ୧୦ ଘଣ୍ଟା ବିଳମ୍ବରେ ଚାଲୁଛି ।

Related posts

ଟିଏମ୍ସି ନେତାଙ୍କୁ ଲକ୍ଷେ୍ନøରେ ପ୍ରବେଶ ଅନୁମତି ନାହିଁ: ଡିଜିପି

mahabharatanews

ଘନ କେଶ ପାଇଁ ଉପକାରୀ ଅଦା

mahabharatanews

ଚୀନରେ ବ୍ରିଟେନର ନୂଆ ଷ୍ଟ୍ରେନ

mahabharatanews

Leave a Comment