Uncategorized

ଶ୍ଳୋକ ପଢାଇଲେ ଥମିବ ଦୁଷ୍କର୍ମ: ମହାରାଷ୍ଟ୍ର ରାଜ୍ୟପାଳ

(ନାଗପୁର): ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଏକ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଛାତ୍ରୀଛାତ୍ରଙ୍କୁ ଶ୍ଲୋକ ପଢାଇଲେ ଦେଶରେ ଦୁଷ୍କର୍ମ ଥମିଯିବ ବୋଲି ସେ କହିଛନ୍ତି । ଗୁରୁବାର ନାଗପୁର ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନ ଉଦଘାଟନ ଅବସରରେ ଭାଷଣ ଦେଇ କୋଶିୟାରି ଏଭଳି ମନ୍ତବ୍ୟ ଦେଇଛନ୍ତି । ନାରୀମାନଙ୍କ ପ୍ରତି ହେଉଥିବା ଅପରାଧର ପ୍ରତିରୋଧ ବିଷୟରେ ସେ ଉଲ୍ଲେଖ କରିବା ସହ ଭଲ ଓ ମନ୍ଦ ମଧ୍ୟରେ ଥିବା ପାର୍ଥକ୍ୟ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଦିନ ଥିଲା ଘରେ କନ୍ୟା ପୂଜା କରାଯାଉଥିଲା । କିନ୍ତୁ ଏବେ ଦେଶରେ ଦୁଷ୍କର୍ମ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜିକାଲି ଜ୍ଞାନ, ଶକ୍ତି ଏବଂ ଟଙ୍କାର ଦୁରୁପଯୋଗ କରାଯାଉଛି । ଶକ୍ତି ଓ ସାମର୍ଥ୍ୟର ସଦୁପଯୋଗ କରାଯିବା ଉଚିତ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ସଂସ୍କୃତ ଶ୍ଳୋକ ପଢାଇବା ନିହାତି ଆବଶ୍ୟକ ବୋଲି ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ।

Related posts

ଚନ୍ଦ୍ରଯାନ-୩ ମିଶନରେ କମ ଖର୍ଚ୍ଚ ହେବ: କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ

mahabharatanews

କ୍ଷୁଦ୍ର ପତଙ୍ଗଟିଏ ମଧ୍ୟ ସାଧାରଣ ଜୀବନଯାତ୍ରା ରୋକିପାରେ: ପ୍ରଧାନମନ୍ତ୍ରୀ

mahabharatanews

ସୁପ୍ରିମ କୋର୍ଟକୁ ଗଲେ ଚନ୍ଦ୍ରଶେଖର ଆଜାଦ

mahabharatanews

Leave a Comment