ଓଡିଶା

ସତ୍ୟବାଦୀ ମହୋତ୍ସବ ଉଦଘାଟିତ

(ମହାଭାରତ, ସତ୍ୟବାଦୀ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ବକୁଳବନ ପଞ୍ଚସଖା ରଙ୍ଗମଞ୍ଚରେ ଷଷ୍ଠ ବାର୍ଷିକ ସତ୍ୟବାଦୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବର ପ୍ରଥମ ସନ୍ଧ୍ୟାରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଯୋଗ ଦେଇ ଉତ୍ସବର ଶୁଭ ଉଦଘାଟନ କରିଥିଲେ । ଏହି ଉତ୍ସବରେ ସତ୍ୟବାଦୀ ମହୋତ୍ସବ ଆୟୋଜକ ତଥା ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ସମାଜସେବୀ ରାମଶଙ୍କର ନନ୍ଦ, ସତ୍ୟବାଦୀ ମହୋତ୍ସବ କମିଟିର ସଭାପତି ଜାନକୀ ବଲ୍ଲଭ ମିଶ୍ର ଯୋଗ ଦେଇଥିଲେ । ଏହି ଅବସରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟସ୍ଥ ପଞ୍ଚସଖା ମଣ୍ଡପ ଠାରୁ ବକୁଳବନ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସି ରାଜନେତାମାନଙ୍କ ସମେତ ବହୁ ମହିଳା, ପୁରୁଷ ଓ ଯୁବକ ଓ ସଙ୍କୀର୍ତ୍ତନ ମଣ୍ଡଳି ସାମିଲ ହୋଇଥିଲେ । ଘୋଡାନାଚ, ଗୋଟିପୁଅ ନାଚ ସହ ବାଜା ବଜାଇ ଏହି ଶୋଭାଯାତ୍ରା ପଞ୍ଚସଖା ପଡିଆ ପର୍ଯ୍ୟନ୍ତ ଆସିଥିଲା । ଉଦଘାଟନୀ ଉତ୍ସବର ପ୍ରଥମ ସନ୍ଧ୍ୟାରେ ସାକ୍ଷୀଗୋପାଳ ଓ ପୁରୀର ବିଭିନ୍ନ ଡ୍ୟାନ୍ସ ଗ୍ରୁପ ନୃତ୍ୟ ପରିବେଶଣ କରିଥିଲେ । ଏହି ଅବସରରେ ଓଲିଉଡ କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଶଣ କରିଥିଲେ । ସତ୍ୟବାଦୀ ମହୋତ୍ସବରେ ବହୁଳ ମାତ୍ରାରେ ଜନ ସମାଗମ ହୋଇଥିବାରୁ ଶାନ୍ତି ଶୃଙ୍ଖଳା ଓ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

Related posts

କଲଭର୍ଟରେ ପିଟି ହେଲା କାର, ୪ ଆହତ

mahabharatanews

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସର ଭିତ୍ତି ପ୍ରସ୍ତର ଶିଳାନ୍ୟାସ ଅନୁଷ୍ଠିତ

mahabharatanews

ମୁମୂର୍ଷୁ ଅବସ୍ଥାରେ ପୂର୍ବତନ ବ୍ଲକ୍ ଶିକ୍ଷା ଅଧିକାରୀ ଉଦ୍ଧାର

mahabharatanews

Leave a Comment