(ମହାଭାରତ, କୁଚିଣ୍ଡା): ପୁଣି ଜଣେ ସହକାରୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଏନଏସିର ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲପୁର, ସୁନ୍ଦରଗଡ, ରାଉରକେଲା, ଦେଓଗଡ, ବଲାଙ୍ଗୀର ଓ ଝାରସୁଗୁଡାର ଟିମ୍ ଏହି ଚଢାଉରେ ସାମିଲ ହୋଇଛନ୍ତି । ଏକକାଳୀନ ୪ଟି ସ୍ଥାନରେ ଏହି ଚଢାଉ କରାଯାଇଛି । ଶୁକ୍ରବାର ଭୋରରୁ ଭିଜିିଲାନ୍ସର ଏକ ଟିମ୍ ସହକାରୀ ଯନ୍ତ୍ରୀଙ୍କ କୁଚିଣ୍ଡାସ୍ଥିତ ୨ ଘର, ଘୋଷାସ୍ଥିତ ବାସଭବନ, କାର୍ଯ୍ୟାଳୟ ଓ ବରଗଡ ସ୍ଥିତ ଶ୍ୱଶୁର ଘରେ ମଧ୍ୟ ଚଢାଉ କରିଛି । ଯାଞ୍ଚ ବେଳେ ବିଭିନ୍ନ ଜରୁରୀ କାଗଜପତ୍ର ଭିଜିଲାନ୍ସର ହସ୍ତଗତ ହୋଇଥିବା ଜଣାପଡିଛି । ତେବେ ଉପେନ୍ଦ୍ର ଓ ତାଙ୍କ ପରିବାର ନାଁରେ ଥିବା ବ୍ୟଙ୍କ ବାଲାନ୍ସ, ସୁନାଗହଣା ଓ ଦରକାରୀ ଦସ୍ତାବିଜ ଉପରେ ଯାଞ୍ଚ ଜାରି ରହିଛି ।
previous post
next post