ଅପରାଧଓଡିଶା

ଗୁଳିବିଦ୍ଧ ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କଟକ: ଆଠଗଡ ବନଖଣ୍ଡ ନରସିଂହପୁର ବାରସିଙ୍ଗା ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତା ହାତୀର ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ଘଟିଥିବା ନେଇ ଡିଏଫଓ ସୂଚନା ଦେଇଛନ୍ତି। ମୃତ ଦନ୍ତାହାତୀ ଦେହରେ ୫ଟି ଗୁଳି ବାଜିଥିଲା ବୋଲି ଚିକିତ୍ସା କରୁଥିବା ପ୍ରାଣୀ ଚିକିତ୍ସକ କହିଛନ୍ତି। ଆହତ ଅବସ୍ଥାରେ ଜଙ୍ଗଲରେ ବୁଲୁଥିବାବେଳେ କାବୁ କରାଯାଇଥିଲା। ବନ ବିଭାଗ ପକ୍ଷରୁ କାବୁ କରି ଗତକାଲି ଠାରୁ ଚିକିତ୍ସା କରାଯାଉଥିଲା। ପୂର୍ବରୁ ମଧ୍ୟ ଗୁଳିବିଦ୍ଧ ଦନ୍ତାର ମୃତ୍ୟୁ ଘଟିଥିଲା। ପୂର୍ବରୁ ସମ୍ପୃକ୍ତ ଜଙ୍ଗଲରେ ତିନୋଟି ହାତୀ କଙ୍କାଳ ଉଦ୍ଧାର କରାଯାଇଥିଲା। ଗତ ମାସକ ମଧ୍ୟରେ ସମ୍ପୃକ୍ତ ଅନେକ ହାତୀଙ୍କ ମୃତ୍ୟୁ ଘଟିସାରିଲାଣି। ଯାହାକୁ ନେଇ ପରିଶବେଶବିତ ମାନେ ଚିନ୍ତା ପ୍ରକଟ କରିଛନ୍ତି। ସାତକୋଶିଆ ବନ୍ୟପ୍ରାଣୀ ବିଶେଷଜ୍ଞ ଟିମ୍ ଏବଂ ନରସିଂହପୁରର ପ୍ରାଣୀ ଚିକିତ୍ସକଙ୍କ ମିଳିତ ସହାୟତାରେ ଦନ୍ତାହାତୀର ଚିକିତ୍ସା ଚାଲିଥିଲା। କିନ୍ତୁ ଅସୁସ୍ଥ ହାତୀଟି ଖାଦ୍ୟ ଗ୍ରହଣ କରୁ ନଥିବାରୁ ଡାକ୍ତରୀ ଟିମ୍‌ର ଚିନ୍ତା ବଢିଯାଇଥିଲା। ଦିନକୁ ଦିନ ଅଧିକ ଗୁରୁତର ହେଉଥିଲା ହାତୀ। ଆଜି ସକାଳେ ହାତୀଟି ସାମାନ୍ୟ ଫଳମୂଳ ଗ୍ରହଣ ପରେ କରିବା ପରେ ଆଉ କିଛି ଖାଇ ନଥିଲା। ତେଣୁ ହାତୀକୁ ସାଲାଇନ ଲଗାଯାଇଥିଲା। ଦନ୍ତା ଦେହରେ ୫ଟି ଗୁଳି ବାଜିଥିଲା। ହାତୀର ବାମ କାନ, ଶୁଣ୍ଢ, ଗୋଡ଼ ଏବଂ ଶରୀରର ଅନ୍ୟ ଦୁଇଟି ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା। ତିନି ଦିନ ପୂର୍ବେ ନରସିଂହପୁର ପୂର୍ବ ରେଞ୍ଜର ବ୍ରାହ୍ମଣୀ ବିଟ୍ ଅଞ୍ଚଳରେ ହାତୀଟି ଆହତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏହାର କିଛି ଦିନ ପୂର୍ବରୁ ସେହି ନରସିଂହପୁର ଜଙ୍ଗଲରେ ଶୀକାରୀ ଗୁଳିରେ ଆହତ ହୋଇଥିବା ଆଉ ଏକ ହାତୀର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

Related posts

ଆଜି ବନକଲାଗି ନୀତି : ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

mahabharatanews

୫୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ନିଶ୍ୱାସ

mahabharatanews

କରୋନା ସଂକ୍ରମଣ ସଚେତନତା ରାଲି

mahabharatanews