ଅପରାଧ

ସିଲମପୁର-ଜାଫରାବାଦ ହିଂସା ଘଟଣାରେ ୬ ଗିରଫ

(ନୂଆଦିଲ୍ଲୀ): ନାଗରିକତା ଆଇନକୁ ନେଇ ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ପରିସରରେ ହିଂସାକାଣ୍ଡ ପରେ ମଙ୍ଗଳବାର ଉତ୍ତର-ପୂର୍ବ ଦିଲ୍ଲୀର ସିଲମପୁର-ଜାଫରାବାଦ ଅଞ୍ଚଳରେ ହିଂସାକାଣ୍ଡ ଘଟିଥିଲା । ବିକ୍ଷୋଭକାରୀ ପୋଲିସକୁ ପଥରମାଡ କରିବା ସହିତ ଗାଡିମୋଟର ପୋଡାଜଳା କରିଥିଲେ । ଏପରିକି ବିକ୍ଷୋଭକାରୀ ପୋଲିସ ବୁଥରେ ନିଆଁ ଲଗାଇଥିଲେ । ଏହି ଘଟଣାରେ ପୋଲିସ ବୁଧବାର ୬ ଜଣଙ୍କୁ ଗିରଫ କରିଛି । ଏହା ସହିତ ହିଂସାରେ ସାମିଲ ଥିବା ଅନ୍ୟମାନଙ୍କୁ ଗିରଫ କରିବା ଲାଗି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଦିଲ୍ଲୀର ଉତ୍ତର-ପୁର୍ବ ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଇଛି ବୋଲି ପୋଲିସ ଯୁଗ୍ମ କମିଶନର କହିଛନ୍ତି । ଅନ୍ୟପଟେ, ଦଙ୍ଗାକୁ ଉସୁକାଇବା ଏବଂ ସାଧାରଣ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ପୋଲିସ ପକ୍ଷରୁ ୨ଟି ଏତାଲା ରୁଜୁ କରାଯାଇଛି ।

Related posts

ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଅଭିଯୁ୍କ୍ତ ଗିରଫ

mahabharatanews

ଏସଟିଏଫକୁ ବିରାଟ ସଫଳତା: ୧.୪୮କିଲୋ ବ୍ରାଉନ ଜବତ

mahabharatanews

ସୁନ୍ଦରଗଡ଼ ପୋଲିସକୁ ବଡ଼ ସଫଳତା : ଏନକାଉଣ୍ଟରରେ ୩ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

mahabharatanews