Uncategorized

ସେନଗରଙ୍କ ବିଧାନସଭା ସଦସ୍ୟତା ଶେଷ

(ଆଲ୍ଲାହାବାଦ): ଉତ୍ତରପ୍ରଦେଶର ଚର୍ଚ୍ଚିତ ଉନ୍ନାଓ ବଳାତ୍କାର ମାମଲାର ଦୋଷୀ ତଥା ବିଜେପିରୁ ବହିଷ୍କୃତ ହୋଇଥିବା ବିଧାୟକ କୁଲଦୀପ ସେନଗରଙ୍କ ବିଧାନସଭା ସଦସ୍ୟତା ଶେଷ ହୋଇଛି । ଏହାପରେ ସେ ଆଉ ବିଧାୟକ ହୋଇ ରହିବେ ନାହିଁ । ଏନେଇ ୟୁପି ବିଧାନସଭାର ମୁଖ୍ୟ ସଚିବ ପ୍ରଦୀପ କୁମାର ଦୁବେ ଅଧିସୂଚନା ଜାରି କରିଛନ୍ତି । ଏହି ଅଧିସୂଚନା ଅନୁସାରେ ଯେଉଁଦିନ କୁଲଦୀପଙ୍କ ଦଣ୍ଡ ଶୁଣାଣି ହୋଇଛି ସେହିଦିନ ଠାରୁ ତାଙ୍କର ବିଧାନସଭା ସଦସ୍ୟତା ଶେଷ ହୋଇଯାଇଛି । ୨୦୧୯ ଡିସେମ୍ବର ୨୦ରୁ ତାଙ୍କର ସଦସ୍ୟତା ଶେଷ ହୋଇଛି । ଫଳରେ ଉନ୍ନାଓ ଜିଲ୍ଲାର ବାଙ୍ଗରମଉ ବିଧାନସଭା ଆସନ ଏବେ ଖାଲି ପଡିଛି । ଏହି ଆସନରୁ ବିଜେପି ଟିକଟରେ ଲଢି କୁଲଦୀପ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସୂଚନାଯୋଗ୍ୟ, ୨୦୧୭ରେ ହୋଇଥିବା ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ କୁଲଦୀପ ସମ୍ପୃକ୍ତ ଥିବା ଜଣାପଡିଥିଲା । ଗତବର୍ଷ ଡିସେମ୍ବର ୨୦ ତାରିଖରେ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଭାରତୀୟ ପିଙ୍ଗଳ କୋର୍ଡର ଧାରା ୩୭୬ (ବଳାତ୍କାର) ଓ ପୋକ୍ସୋ ଆକ୍ଟ ଅନୁଯାୟୀ କୋର୍ଟ ତାଙ୍କ ଦଣ୍ଡ ବିଧାନ କରିଥିଲେ । ତେବେ ପୂର୍ବରୁ ବିଜେପି ତାଙ୍କୁ ଦଳରୁ ବହିଷ୍କୃତ କରିଥିବା ବେଳେ ଏବେ ତାଙ୍କର ବିଧାନସଭା ସଦସ୍ୟତା ଶେଷ ହୋଇଛି ।

Related posts

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଟିଏମରୁ ୩୨ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁୁତ୍ତ

mahabharatanews

ସ୍ୱାଧୀନତା ଦିବସରେ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

mahabharatanews

ଦେଶରେ ୨ ବାଦୁଡି ପ୍ରଜାତିଙ୍କଠାରେ କରୋନା ଭୂତାଣୁ

mahabharatanews