Uncategorized

ନାଇଜରର ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ

(ନିଅମେ): ପଶ୍ଚିମ ଆଫ୍ରିକାର ଦେଶ ନାଇଜରର ଏକ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ପାଖାପାଖି ୩ ଘଣ୍ଟା ଧରି ଗୁଳି ବିନିମୟ ଚାଲିଥିଲା ବୋଲି ସୂଚନା ମିଳିଛି । ଏଥିରେ ୭୧ ଯବାନ ଶହୀଦ ହୋଇଛନ୍ତି । ୧୨ରୁ ଅଧିକ ଯବାନ ଆହତ ହୋଇଥିବା ଜଣାପଡିଛି । ଏହି ଆତଙ୍କବାଦୀ ଆକ୍ରମଣ ପଛରେ ଜିହାଦୀ ଗୋଷ୍ଠୀ ରହିଥିବା ନାଇଜରର ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି । ମଙ୍ଗଳବାର ପଶ୍ଚିମ ତିଲାବେରୀରେ ଥିବା ସେନା କ୍ୟାମ୍ପ ଉପରେ ଏହି ଆକ୍ରମଣ ହୋଇଥିଲା ।
ନାଇଜର ସେନା ଉପରେ ଏହା ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ବୋଲି ଜଣାପଡିଛି । ଆତଙ୍କବାଦୀମାନେ ବିପୁଳ ଅସ୍ତ୍ରଶସ୍ତ୍ର ସହ ସୁଚିନ୍ତିତ ଭାବେ ଷଡଯନ୍ତ୍ର କରି ସେନା ଉପରେ ଏହି ଆକ୍ରମଣ କରିଛନ୍ତି । ନାଇଜର ସେନା ମଧ୍ୟ ଆକ୍ରମଣର କଡା ଜବାବ ଦେବାକୁ ଯାଇ ଅନେକ ଆତଙ୍କବାଦୀଙ୍କୁ ନିପାତ କରିଛି ବୋଲି ନାଇଜର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି । ୨୦୧୫ରୁ ଇସଲାମିକ ଆତଙ୍କବାଦୀମାନେ ନାଇଜରରେ ହିଂସାକାଣ୍ଡ ଘଟାଇ ଆସୁଥିବା ସୂଚନା ରହିଛି ।
ସୂଚନାଯେଗ୍ୟା, ନାଇଜର ସେନା ବୋକା ହାରାମ ଆତଙ୍କବାଦୀ ସଂଗଠନ ସହ ପୂର୍ବରୁ ଲଢିଆସୁଛି । ଏଭଳି ସ୍ଥିତିରେ କିଛି ଜିହାଦୀ ଆତଙ୍କବାଦୀ ସେନା ଉପରେ ଆକ୍ରମଣ କରିଛି ବୋଲି ଜଣାପଡିଛି ।

Related posts

ସଡକ ସୁରକ୍ଷା: କାରର ଆଗ ସିଟ ଯାତ୍ରୀଙ୍କ ପାଇଁ ଏୟାରବ୍ୟାଗ୍‌କୁ ବାଧ୍ୟତାମୂଳକ ହେବ

mahabharatanews

ଡିଫେନ୍ସ ଏକ୍ସପୋ ପାଇଁ ଗଛ କଟା ହୋଇନାହିଁ: ୟୁପି

mahabharatanews

ଚୀନରେ କୋରୋନୋ ଭୂତାଣୁ ସଂକ୍ରମଣ: ୧୩୯ ସଂକ୍ରମିତ

mahabharatanews

Leave a Comment