Uncategorized

ସୋନଭଦ୍ରା ସୁନା: କେନ୍ଦ୍ରକୁ ଶଶିଙ୍କ ତାତ୍ସଲ୍ୟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସୋନଭଦ୍ରରୁ ହଜାର ହଜାର ଟନ ସୁନା ମିଳିବା ଖବର ଖାରିଜ ହେବା ପରେ କଂଗ୍ରେସ ନେତା ଶଶି ଥରୁର କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି । ଥରୁର କହିଛନ୍ତି, ଏହି ସରକାରକୁ ଟନ-ଟନା-ଟନ କଥା କମ କହିବା ଦରକାର । ତନ-ମନ-ଧନକୁ ନେଇ ଏହି ସରକାର ହିଂସ୍ର ହୋଇଯାଇଛି । ଶଶି ଟୁଇଟ କରି ଉଲ୍ଲେଖ କରିଛନ୍ତି, ଆମ ସରକାର ଟନ- ଧନ- ମନ କୁ ନେଇ କାହିଁ ଏତେ ହିଂସ୍ର? ପ୍ରଥମେ ଗୃହମନ୍ତ୍ରୀ ୫ ମିଲିୟନ ଟନ ଇକୋନୋମୀ କଥା କହିଲେ । ଏହା ପରେ ୟୁପିରେ ୩୩୫୦ ଟନ ସୁନାର କଥ।। କୁହାଗଲା, ଯାହା ପରେ ମାତ୍ର ୧୫୦ କିଲୋ ବାହାରିଲା । ଏହି ସରକାରକୁ ଟନ-ଟନା-ଟନ କଥା କମ କରିବା ଦରକାର ।

ଏହା ବ୍ୟତୀତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରି ଟୁଇଟରରେ ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ଦେଖିବାକୁ ମିଳୁଛି, କାଳାକାର ପ।।ଚେରୀରେ ମୋଦି ଓ ଟ୍ରମ୍ପଙ୍କ ଚିତ୍ର ଆଙ୍କୁଛନ୍ତି । ଫଟୋ ସହ ଥରୁର ଲେଖିଛନ୍ତି, ଇଟା ପଥରରେ ଟ୍ରମ୍ପଙ୍କୁ ଦାରିଦ୍ୟ୍ରଠୁ ଦୂରେଇ ରଖିବାକୁ ଚେଷ୍ଟା କରାଯାଉଛି । ଏଥିସହ କବିତା ଲେଖିଛନ୍ତି, ଯାହାର ସ।।ରମର୍ମ. ଏହି ପାଚେରିରୁ ସ୍ପଷ୍ଟ ଜଣାପଡୁଛି, ସେମାନେ ଲୁଚେଇବାରେ ମାହିରଥ । ଏହି ଦାରିଦ୍ର୍ୟରୁ ଧନୀକର ଯାତ୍ରା, କିଛି କ୍ଷଣରେ ମ।।ପି ଦିଏ ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ସେ।।ନଭଦ୍ରରେ ମାତ୍ର ୧୬୦ କିଲୋ ସୁନା ମିଳିଛି । ହରଦି ପାହାଡରେ ୩୦୦୦ ଟନ ସୁନା ଥିବା ଖବରକୁ ଭାରତୀୟ ଭୂବିଜ୍ଞାନୀ ଶନିବାର ଦିନ ଖାରିଜ କରିଦେଇଥିଲେ । ଭୂବିଜ୍ଞାନ ସଂସ୍ଥ।। କହିଥିଲା, ଉତ୍ତର ପ୍ରଦଶେର ସୋନଭଦ୍ରା ଜିଲ୍ଲାରେ ପ୍ରାୟ ୩୦୦୦ ଟନ ସୁନା ମିଳିବା ପରି କୌଣସି ସୂଚନା ନାହିଁ ।

Related posts

ସୁପ୍ରିମକୋର୍ଟରେ ଓମାରଙ୍କ ଅଟକ ମାମଲା

mahabharatanews

୪ ଦେଶର ଭିସା ରଦ୍ଦ

mahabharatanews

ଆଲାସ୍କାରେ ଭୂକମ୍ପ ପ୍ରଭାବରେ ସୁନାମି ସତର୍କତା ଜାରି

mahabharatanews