Uncategorized

ଦେଶକୁ ଆତ୍ମନିର୍ଭରଶୀଳ ଦିଗରେ ଖର୍ଚ୍ଚହେବ ୨୦ଲକ୍ଷ କୋଟିର ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ।। ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ କରିବା ଲକ୍ଷ୍ୟ ଏହି ପ୍ୟାକେଜର ପ୍ରସ୍ତୁତ ହୋଇଛି । ଏହି ପ୍ୟାକେଜରେ ଜମି, ଶ୍ରମ, ନଗଦ ଅର୍ଥ ଓ ଆଇନ କ୍ଷେତ୍ର ସ୍ଥାନ ପାଇଛି । ଏହି ସବୁ କ୍ଷେତ୍ରରେ ସଂସ୍କାର ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି ।
ମୋଦିଙ୍କ ଘୋଷଣା ଅନୁସାରେ ପ୍ରତିଦିନ ଗୋଟିଏ ଗୋଟିଏ କ୍ଷେତ୍ର ପାଇଁ ପ୍ୟାକେଜ ଘୋଷଣା କରାଯିବ ।
ପ୍ରଧାନମନ୍ତ୍ରୀ କହିଥିଲେ, ଏହି ଆର୍ଥିକ ପ୍ୟାକେଜ ଦେଶର ବିଭିନ୍ନ ବର୍ଗକୁ ସମ୍ବଳ ପ୍ରଦାନ କରିବ । ୨୦ ଲକ୍ଷ କୋଟିରେ ୨୦୨୦ରେ ଦେଶର ବିକାଶ ଯାତ୍ରାକୁ ନୂଆ ଗତି ଦେଇ ଆତ୍ମନିର୍ଭରଶୀଳ ଭାରତର ସଙ୍କଳ୍ପ ପୂରା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ମୋଦୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଏହି ପ୍ୟାକେଜ ସମ୍ପର୍କରେ ବିସ୍ତୃତ ବିବରଣୀ ଦେବା ଅବସରରେ ଅର୍ଥ ମନ୍ତ୍ରୀ ନିର୍ମଳ ସୀତାରମଣ କହିଛନ୍ତି ଯେ ‘ଆତ୍ମନିର୍ଭର ଭାରତ’ ସଂକଳ୍ପର ପୂର୍ଣ୍ଣ କାର୍ୟ୍ୟାନ୍ୱୟନ ଦୃଷ୍ଟିରୁ ଏହି ପ୍ୟାକେଜରେ ଜମି, ଶ୍ରମ ଓ ସହଜ ବଣ୍ଟନ ଉପରେ ଗୁରୁତ୍ୱ ଦିଆଯାଇଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଯେଉଁ ସଂକଳ୍ପ ଗ୍ରହଣ କରିଛନ୍ତି ତାହା ଦେଶବାସୀଙ୍କ ମଧ୍ୟରେ ନୂତନ ଆଶା ଓ ଶକ୍ତି ସଂଚାର କରିଛି। ଭାରତର ଔଷଧ ନିର୍ମାତା କମ୍ପାନୀଗୁଡ଼ିକ ସାରା ବିଶ୍ୱରେ ଔଷଧ ପହଂଚାଇବା କାର୍ୟ୍ୟ କରିଛନ୍ତି ଯେଉଁଥି ପାଇଁ ସେମାନଙ୍କୁ ପ୍ରଶଂସା କରାଯାଉଛି। ଯେଉଁ ପର୍ୟ୍ୟନ୍ତ ଭାରତ ଆତ୍ମନିର୍ଭରଶୀଳ ହେବ ନାହିଁ, ସେ ପର୍ୟ୍ୟନ୍ତ ଏହି ଦିଗରେ ସମସ୍ତ ପଦକ୍ଷେପ ନିଆଯିବ ।

Related posts

ପୁଅର ଜୀବନ ରକ୍ଷା ପାଇଁ ମାଆ,ର ଆକୁଳ ନିବେଦନ

mahabharatanews

ଅଡୁଆରେ ଜଗନ ମୋହନ, ହତ୍ୟା ଅଭିଯୋଗ ଆଣିଲେ ଭଉଣୀ

mahabharatanews

ରଥଯାତ୍ରା : ଆଉ ମାତ୍ର ୨୯ ଦିନ

mahabharatanews