ଓଡିଶା

ସୋମନାଥ ଦେବ ମହିଳା ବିଦ୍ୟାଳୟରେ ଆତ୍ମ ସୁରକ୍ଷା କର୍ମଶାଳା

(ମହାଭାରତ, ଡେଲାଙ୍ଗ): ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କନ୍ତିଆ ସୋମନାଥ ଦେବ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ତଥା ଦେଶରେ ପ୍ରତିଦିନ ସ୍କୁଲ, କଲେଜ ପଢୁଆ ଝିଅମାନେ ଦୁଷ୍କର୍ମ ଓ ଅସଦାଚାରଣର ଶିକାର ହେଉଛନ୍ତି । ଯାହାକି ସମାଜ ଓ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ସ୍କୁଲ ଓ କଲେଜ ପଢୁଆ ଛାତ୍ରୀ ଏଭଳି ବିପଦ ସମୟରେ ନିଜର କିପରି ଆତ୍ମରକ୍ଷା କରିବେ ସେ ନେଇ ସରକାରଙ୍କ ପକ୍ଷରୁ ଆତ୍ମ ସୁରକ୍ଷା ସମ୍ପର୍କିତ କର୍ମଶାଳା ଆରମ୍ଭ କରିଛନ୍ତି । ପ୍ରତି ସ୍କୁଲ ଓ କଲେଜମାନଙ୍କୁ ତାଲିମ ପ୍ରାପ୍ତ ଅଧିକାରୀମାନେ ଏନେଇ ଟ୍ରେନିଂ ଦେଉଛନ୍ତି । ବାଲୁଙ୍କେଶ୍ୱର ଦେବ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହି କର୍ମଶାଳା ଆରମ୍ଭ ହୋଇଛି । ଏଥିରେ ପ୍ରୋଗ୍ରାମ ଅଫିସର ଦିଲ୍ଲୀପ କୁମାର ଜେନାଙ୍କ ସମେତ ମୁଖ୍ୟ ଅତିଥି ଭାବେ ସତାବୁଦ୍ଦିନ ଅହମ୍ମଦ ଓ ତାଲିମ ପ୍ରାପ୍ତ ଅଧିକାରୀ ଆସମା ବେଗମ ଯୋଗ ଦେଇଥିଲେ । ଅତିଥିମାନେ ମହିଳାଙ୍କ ଆତ୍ମ ସୁରକ୍ଷା ପାଇଁ ଏହି କର୍ମଶାଳା କେତେ ଗୁରୁତ୍ୱପୁର୍ଣ୍ଣ ସେ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ସୁଶାନ୍ତ ସାମନ୍ତରାୟ, ସନ୍ତୋଷ ପ୍ରଧାନ, ଇତିଶ୍ରୀ ପଟ୍ଟନାୟକ, ବିଷ୍ଣୁ ବଳିଆରସିଂହ ପ୍ରମୁଖ ପରିଚାଳନା କରିଥିଲେ ।

Related posts

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

mahabharatanews

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ଧାନ ବସ୍ତା

mahabharatanews

ବିଶ୍ୱ ମୃତ୍ତିକା ଦିବସ ପାଳିତ

mahabharatanews

Leave a Comment