(ମହାଭାରତ): ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଭଲ । ଏଥିରେ ମିନେରାଲ୍ସ ଭିଟାମିନ ଓ ବହୁ ପୌଷ୍ଟିକ ତତ୍ତ୍ୱ ଭରି ରହିଛି । ଜାଣନ୍ତୁ ଖାଦ୍ୟରେ ମାଛ ସାମିଲ କରିବାର ଫାଇଦା ?
ଥଣ୍ଡାରୁ ରକ୍ଷା କରେ : ମାଛ ଖାଇବା ଫଳରେ ଶୀତ ଦିନେ ଥଣ୍ଡା,କାଶ,ଜ୍ୱର ଓ ବ୍ୟାକ୍ଟେରିଆ ଇନଫେକ୍ସନରୁ ମୁକ୍ତି ମିଳିଥାଏ ।
ବ୍ରେଷ୍ଟ କ୍ୟାନ୍ସର: ଅଧ୍ୟୟନ ଅନୁସାରେ ଜଣାପଡିଛି କି ଯେଉଁ ମହିଳା ସପ୍ତାହକୁ ଥରେ ବା ଦୁଇଥର ମାଛ ଖାଇଥାନ୍ତି ସେମାନଙ୍କୁ ବ୍ରେଷ୍ଟ କ୍ୟାନ୍ସସର ହେବା ଭୟ କମ୍ ରହିଥାଏ ।
ସ୍ମୃତି ଶକ୍ତି ବୃଦ୍ଧି: ମାଛ ଖାଇବା ଦ୍ୱାରା ସ୍ମୃତି ଶକ୍ତି କ୍ଷୀପ୍ର ହୋଇଥାଏ । ଏଥିସହିତ ମାନସିକ ବିକାରଗ୍ରସ୍ତ ରୋଗୀ ମଧ୍ୟ ମାଛ ଖାଇବା ବହୁତ ଭଲ । ଏଥିରେ ଥିବା ପ୍ରୋଟିନ୍ ମସ୍ତିଷ୍କରେ ନୂତନ କୋଷିକା ନିର୍ମାଣ କରିବାରେ ସହାୟକ ହୋଇଥାଏ ।
ଉଚ୍ଚ ରକ୍ତଚାପ: ମାଛରେ ଲୋ ଫ୍ୟାଟ୍ ରହିଥିବା ଯୋଗୁଁ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଯଦି ଆପଣଙ୍କର ଏହି ସମସ୍ୟା ରହିଛି ତେବେ ମାଛ ନିଶ୍ଚୟ ଖାଆନ୍ତୁ ।
କାହିଁକି ଖାଇବେ ମାଛ: ଏମିତିରେ ଦେଖିବାକୁ ଗଲେ ମାଛ ଖୁବ ଗରମ ହୋଇଥିବାରୁ ଏହାକୁ ଶୀତଦିନେ ଖାଇଲେ ଦେହ ବେଶ ଗରମ ରହିଥାଏ ।
ପୋଷକତତ୍ତ୍ୱ: ପ୍ରୋଟିନ୍,କାର୍ବେହାଇଡ୍ରେଟ, ଓମୋ-୩ ଫ୍ୟାଟି ଏସିଡି, ଭିଟାମିନ ଡି ଓ ବି-୨ମଧ୍ୟ ଭରପୁର ମାତ୍ରାରେ ରହିଥାଏ ।
ମାଛ ଖାଇବା ସମୟ: ମାଛକୁ ସାଧାରଣତଃ ଦ୍ୱିପ୍ରହରେ ଖିଆଯାଇପାରେ । କିନ୍ତୁ ଏହାକୁ ରାତିରେ ଖାଇବା ଫଳରେ ଡାଇଜେଷ୍ଟ କରିବା ସହଜ ହୋଇନଥାଏ । ଏଥିପାଇଁ ମାଛ ଦିନକୁ ଥରେ ଓ ପ୍ତାହକୁ ଦୁଇଥର ଖାଇବା ଉଚିତ ।
previous post