ଓଡିଶା

ସ୍ୱାଭିମାନ ଅଞ୍ଚଳରେ ସାପ୍ତାହିକ ହାଟ ବନ୍ଦ

(ମହାଭାରତ, ମାଲକାନଗିରି): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ଓ ଆଦିବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ଦିନଠାରୁ ଏଠାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି । ଏହାକୁ ଦୃଷ୍ଟିରେ ରଖି କୌଣସି ଅଘଟଣ ଆଶଙ୍କାରେ ସ୍ୱାଭିମାନ ଅଞ୍ଚଳରେ ବସୁଥିବା ଦାରଲାବେଡା ଓ ଝାମୁଗୁଡ ସାପ୍ତାହିକ ହାଟକୁ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି । ଫଳରେ ସ୍ଥାନୀୟ ଅଞ୍ଚଳବାସୀମାନେ ଦୈନନ୍ଦିନ ବ୍ୟବହାର କରୁଥିବା ସାମଗ୍ରୀ କିଣି ନ ପାରି ହଇରାଣ ହେବାକୁ ପଡୁଛି । ସୂଚନାଯୋଗ୍ୟ, ଜାନୁଆରୀ ୨୫ ତାରିଖରେ ମାଓବାଦୀ ଓ ଗାଁ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗାଁ ଲୋକଙ୍କ ଆକ୍ରମଣରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ମାଓ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ପରେ ଏହି ଘଟଣାକୁ ନେଇ ସ୍ୱାଭିମାନ ଅଞ୍ଚଳର ଦୁଇ ଗୋଷ୍ଠୀ ମେଳି କରିଥିଲେ । ସେବେ ଠାରୁ ଏଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରଶାସନ ଓ ପୋଲିସ ଉଦ୍ୟମ ଜାରି ରଖିଥିବା ଅତିରିକ୍ତ ବିଡିଓ କହିଛନ୍ତି ।

Related posts

ରାଜ୍ୟରୁ ପୁଣି ୨୫୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଆସନ୍ତାକାଲିଠାରୁ ସ୍ପେଶାଲ ଓଜେଇ ପରୀକ୍ଷା

mahabharatanews

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତ୍ର ଗୁରୁତର

mahabharatanews