ଅପରାଧ

୩ ପିକ୍ଅପ୍ ଭ୍ୟାନ୍ ଲୁଟେରା ଗିରଫ

(ମହାଭାରତ, ବାଲେଶ୍ୱର): ବାଲେଶ୍ୱର ଜିଲ୍ଲାରେ ପିକ୍ଅପ୍ ଭ୍ୟାନ ଜରିଆରେ ଗୋରୁ, ଗଞ୍ଜେଇ, କାଠ ଓ ମଦ ଆଦିର ଚୋରା ଚାଲାଣ ହେଉଛି । ତେବେ ଶିଳ୍ପାଞ୍ଚଳ ପୋଲିସ ଶନିବାର ୩ ଜଣ ପିକ୍ଅପ୍ ଭ୍ୟାନ୍ ଲୁଟେରାଙ୍କୁ ଗିରଫ କରିଛି । ଏହି ଲୁଟେରାଙ୍କ ପୋଲିସ ୪ଟି ପିକ୍ଅପ୍ ଗାଡି ଜବତ କରିଛି । ଗିରଫ ଲୁଟେରାମାନେ ବାଲେଶ୍ୱରର ରେମୁଣା ଓ ମୟୁରଭଞ୍ଜ ଜିଲ୍ଲା ବାସିନ୍ଦା ବୋଲି ଜଣାପଡିଛି । ଏହି ଭ୍ୟାନ୍ଗୁଡିକୁ କାଠ ମାଫିଆଗୁଡିକୁ ବିକ୍ରୀ କରାଯାଇଥିବା ସୂଚନା ମିଳିଛି । ତେବେ ଏହି ଭ୍ୟାନଗୁଡିକ ଜରିଆରେ ପ୍ରାୟତଃ ଜଙ୍ଗଲରୁ ଚୋରା କାଠର ଚାଲାଣ ହୋଇଥାଏ ବୋଲି ଜଣାପଡିଛି । ଲୁଟେରାମାନଙ୍କୁ ଗିରଫ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Related posts

ଖୁଲମଖୁଲା ଚାଲିଛି ଜୁଆ ଖେଳ: ପୁଲିସ ହାତରେ ହାତ ଦେଇ ବସିଛି

mahabharatanews

୨୦ କେଜିରୁ ଅଧିକ ଗଞ୍ଜେଇ ଜବତ, ଜଣେ ଗିରଫ

mahabharatanews

ଡୋପିଂ ଟେଷ୍ଟରେ ବିଫଳ ପାଇଁ ଏସୀୟ କ୍ରୀଡା ୨୦୧୪ ପଦକ ବିଜୟୀ ହାମର ଫିଙ୍ଗାଳୀ ମଞ୍ଜୁ ବାଲା ନିଲମ୍ବିତ

mahabharatanews