Uncategorized

୬୦ ଦିନ ପାଇଁ ଗ୍ରିନକାର୍ଡ ଉପରେ ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ

ୱାସିଂଟନ୍: ମହାମାରୀ କରୋନା ଆମେରିକାରେ ସବୁଠାରୁ ଅଧିକ ପ୍ରଭାବ ପକାଇଛି । ଏହି ଭୂତାଣୁ ସଂକ୍ରମଣ ପାଇଁ ବେକାରୀ ସମସ୍ୟା ଦେଖାଦେଇଛି । ଏହାର ମୁକାବିଲା କରିବାକୁ ତଥା ଆମେରିକୀୟଙ୍କ କର୍ମସଂସ୍ଥାନ ସୁରକ୍ଷିତ ରଖିବାକୁ ରାଷ୍ଟ୍ରପତି ଟ୍ରମ୍ପ୍ ୬୦ ଦିନ ପାଇଁ କର୍ମସଂସ୍ଥାନ ଅନ୍ବେଷଣକାରୀଙ୍କ ପାଇଁ ଉଦ୍ଦିଷ୍ଟଥିବା ଗ୍ରିନ୍ କାର୍ଡ ଜାରି କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଫଳରେ ଚାକିରି ଅନ୍ବେଷଣରେ ଆମେରିକାକୁ ଯାଉଥିବା ବ୍ୟକ୍ତିବିଶେଷଙ୍କୁ ଏହି ସାମୟିକ ପ୍ରବାସୀ ଆଗମନ ବାତିଲ ବ୍ୟବସ୍ଥା ଖୁବ୍ ପ୍ରଭାବିତ କରିବ। କିନ୍ତୁ, ଯେଉଁ ପ୍ରବାସୀମାନେ ଆଗରୁ ଆମେରିକାରେ ରହିଛନ୍ତି ସେମାନଙ୍କ ଲାଗି କୌଣସି ସମସ୍ୟା ନାହିଁ ବୋଲି ଏହି ଆଦେଶନାମାରେ କୁହାଯାଇଛି।

ଟ୍ରମ୍ପ୍ ବୁଧବାର ଦିନ ସାମ୍ବାଦିକମାନଙ୍କୁ କହିଛନ୍ତି, ପ୍ରବାସୀ ଆଗମନ ବନ୍ଦ କରି ଆମେ ପ୍ରଥମେ ବେକାର ଆମେରିକୀୟଙ୍କୁ ସାହାଯ୍ୟ କରିବୁ। ଆମେରିକା ପୁନଃଉନ୍ମୁକ୍ତ ହେଲେ ପ୍ରଥମେ କର୍ମସଂସ୍ଥାନ ହରାଇଥିବା ଆମେରିକୀୟମାନଙ୍କୁ ଚାକିରି ପାଇଁ ସୁଯୋଗ ଦିଆଯିବ। ଭାଇରସ୍ ଦ୍ବାରା କର୍ମସଂସ୍ଥାନ ହରାଇଥିବା ଆମେରିକୀୟଙ୍କ ସ୍ଥାନରେ ବିଦେଶାଗତ ଶ୍ରମଜୀବୀମାନଙ୍କୁ ସ୍ଥାନ ଦେବା ଅନ୍ୟାୟ। ହ୍ବାଇଟ୍ ହାଉସ୍‌ରେ ରିଲିଜ୍ ହୋଇଥିବା ଏହି ‘ଏକ୍ଜିକ୍ୟୁଟିଭ୍ ଅର୍ଡର୍‌’ ସମ୍ପର୍କରେ ଟ୍ରମ୍ପ୍ ଆହୁରି କହିଛନ୍ତି ଯେ ଏ ଭଳି ଆଦେଶ ବିନା ଆମେରିକାର ଅର୍ଥନୀତି ସୁଧୁରିବାକୁ ଦୀର୍ଘ ଦିନ ଲାଗିବ। କାରଣ ମାତ୍ରାଧିକ ଶ୍ରମଜୀବୀ ଯୋଗାଣ ଦ୍ବାରା ସବୁ କର୍ମଜୀବୀ ପ୍ରଭାବିତ ହେବେ। ଆଜିର ଆଦେଶନାମା ୬୦ ଦିନ ସକାଶ କାର୍ୟ୍ୟକ୍ଷମ ରହିବ। ପରେ ଆବଶ୍ୟକମତେ ଏହାକୁ ସଂଶୋଧନ କରାଯିବ।

Related posts

ସିସୋଦିଆଙ୍କୁ ମିଳିଥିବା କ୍ଲିନ ଚିଟ୍ ଦିଲ୍ଲୀ କୋର୍ଟରେ ଖାରଜ

mahabharatanews

ହାପିନେସ କ୍ଲାସରେ ଯୋଗ ଦେବେନି କେଜ୍ରିୱାଲ, ସିସୋଦିଆ

mahabharatanews

ନକ୍ସଲଙ୍କ ଆକ୍ରମଣରେ ସହକାରୀ କନେଷ୍ଟବଳ ନିହତ

mahabharatanews