Uncategorized

ଅକ୍ସିଜେନ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୫ ଜଣଙ୍କ ମୃତ୍ୟୁ, ୧୦ ଗୁରୁତର

ଗାନ୍ଧୀନଗର: ଗୁଜୁରାଟର ବଡୋଦରାର ଏକ ଫ୍ୟାକ୍ଟ୍ରିରେ ହୋଇଥିବା ଏକ ବିସ୍ଫୋରଣରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ବିସ୍ଫୋରଣ ହୋଇଥିବା ଫ୍ୟାକ୍ଟ୍ରିର ନାମ ଏମ୍ସ ଅକ୍ସିଜେନ କମ୍ପାନୀ । ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରତ୍ୟକ୍ଷ ଦର୍ଶୀଙ୍କ ଅନୁଯାୟୀ, ବିସ୍ଫୋରଣଟି ଭୟଙ୍କର ଥିଲା । ଏଥିରେ ମୃତକଙ୍କ ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ, ବଡୋଦରାର ପାଦରା ଅଞ୍ଚଳରେ ଥିବା ଏମ୍ସ ଅକ୍ସିଜେନ କମ୍ପାନୀରୁ ଅଗ୍ନିକାଣ୍ଡ ଘଟିବାରୁ ଏହି ବିସ୍ଫୋରଣ ହୋଇଛି । ତେବେ କେଉଁଥିପାଇଁ ବିସ୍ଫୋରଣ ହୋଇଛି ତାହା ତଦନ୍ତ ପରେ ଜଣାଯିବ । ବିସ୍ଫୋରଣର ଖବର ପାଇ ସେଠାକୁ ସଙ୍ଗେସଙ୍ଗେ ଉଦ୍ଧାରକାରୀ ଦଳ, ଦମକଳ ବାହିନୀ ଯାଇଥିଲେ । କିନ୍ତୁ ସେଠାରେ କୌଣସି ଅଧିକାରୀ ନ ଥିଲେ । କମ୍ପାନୀ ପକ୍ଷରୁ ଏହି ବିସ୍ଫୋରଣକୁ ନେଇ କୌଣସି ସୂଚନା ଦିଆଯାଇ ନାହିଁ । କୁହାଯାଉଛି, କମ୍ପାନୀରେ ଯେତେବେଳେ ବିସ୍ପୋରଣ ହୋଇଥିଲା, ସେତେବେଳେ ବହୁ କର୍ମଚାରୀ ଭିତରେ ରହିଥିଲେ । ତେଣୁ ଅନେକ ଭିତରେ ଫସି ରହିଥିବା ସମ୍ଭାବନା ରହିଛି । ସେମାନଙ୍କ ଉଦ୍ଧାର ପାଇଁ ଦମକଳବାହିନୀ ପକ୍ଷରୁ ପ୍ରୟାସ ଚାଲିଛି । ପୁଲିସ ମୁତାବକ ଅକ୍ସିଜେନ ସିଲିଣ୍ଡର ଭରାଯାଉଥିବା ସମୟରେ ହଠାତ୍ ବିସ୍ଫୋରଣ ହୋଇଥିଲା । ସେତେବେଳେ କମ୍ପାନୀ ମଧ୍ୟରେ ବହୁ କର୍ମଚାରୀ ନିୟୋଜିତ ଥିଲେ । ପ୍ରାୟ ୨୦ରୁ ଊଦ୍ଧ୍ୱର୍ ଶ୍ରମିକ ବିସ୍ଫୋରଣର ଶିକାର ହୋଇଛନ୍ତି । ଯେଉଁଥିରେ ୫ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Related posts

ଭୀମା କୋରେଗାଁଓ ସଂଘର୍ଷ ବାର୍ଷିକ: ୧୭ ଗାଁରେ ଲାଗୁ ହେବ ଧାରା ୧୪୪

mahabharatanews

ଖରା ଦିନେ ବୁଲିବାକୁ ଯାଆନ୍ତୁ ଦାର୍ଜିଲିଙ୍ଗ

mahabharatanews

ପଳାତକ ମେହୁଲ ଚୌକସୀ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଦେଇଥିଲେ ଦାନ

mahabharatanews