ଓଡିଶା

ଅଜଣା ଗାଡି ଧକ୍କାରେ ଯୁବକ ମୃତ

(ମହାଭାରତ, ବୌଦ୍ଧ): ବୌଦ୍ଧ ଜିଲ୍ଲା ୫୭ ନଂ ଜାତୀୟ ରାଜପଥର ବାମଣ୍ଡା ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଛି । ଏଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ବୌଦ୍ଧ ସଦର ବ୍ଲକ ବାମଣ୍ଡା ଗାଁର ୨୭ ବର୍ଷିୟ ଯୁବକ ସନନ୍ଦା ପ୍ରଧାନ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ତାଙ୍କ ବାଇକ୍ରେ ଲାଣ୍ଡିବନ୍ଧ ଗାଁରୁ ନିଜ ଗାଁକୁ ଫେରୁଥିବା ବେଳେ ବାମଣ୍ଡା ଛକରେ କୌଣସି ଗାଡି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

mahabharatanews

୧୧ଜଣ ନାବାଳିକା ଶିଶୁଶ୍ରମିକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ

mahabharatanews

ଗଗନୟାନ ମିଶନରେ ଓଡ଼ିଶାର ଅବଦାନ 

mahabharatanews