ଓଡିଶା

ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ଏରସମା ୱାର୍କର୍ସ ୟୁନିୟନ

ପାରାଦୀପ: ପାରାଦୀପ ଏରସମା ଇଣ୍ଡଷ୍ଟ୍ରୀଆଲ ୱାର୍କର୍ସ ୟୁନିୟନ ପକ୍ଷରୁ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଆରମ୍ଭ ହୋଇଛି । । ପାରାଦୀପ ଆଇଓସିଏଲ ତୈଳ ବିଶେଧେନାଗାରରେ କାର୍ଯ୍ୟରତ ଶ୍ରମିକଙ୍କୁ ନେଇ ଗଠିତ ପାରାଦୀପ ଏରସମା ଇଣ୍ଡଷ୍ଟ୍ରୀଆଲ ୱାର୍କରସ୍ ୟୁନିୟନ ପକ୍ଷରୁ ପାରାଦୀପ ଗଡ ନିକଟସ୍ଥ ନିହାରୁଣୀଠାରେ ଥିବା ସଂଘ କାର୍ଯ୍ୟାଳୟରେ ଏକ ବୈଠକ ହୋଇଯାଇଛି । ଏହି ବୈଠକରେ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଉପରେ ବିସ୍ତୁତ ଆଲୋଚନା ହୋଇଥିଲା । ଶ୍ରମିକମାନଙ୍କର ବହୁ ଦିନର ଦାବିଗୁଡିକ କର୍ତ୍ତୃପକ୍ଷ ଦାବି ପୂବରଣ କରିବାର ଲିଖିତ ପ୍ରତିଶ୍ରୁତି ଦେବା ପରେ ମଧ୍ୟ ପରବର୍ତ୍ତୀ ସମୟରେ ସଂଗଠନ ପକ୍ଷରୁ ଶ୍ରମିକଙ୍କ ଅନ୍ଦୋଳନ ସମୟରେ କମ୍ପାନୀ କର୍ତ୍ତୃପକ୍ଷ ଦାବୀ ପୂରଣ କରିବାର ଲିଖିତ ପ୍ରତିଶ୍ରୁତି ଦେବା ପରେ ମଧ୍ୟ ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ କରିବାରେ କମ୍ପାନୀ ବିଫଳ ହୋଇଛି । ଶ୍ରମିକଙ୍କୁ ପ୍ରତ୍ୟେକ ମାସର ୭ ତାରିଖ ବଦଳରେ ମନ ଇଛା ଦରମା ଦେବା, କ୍ୟାଣ୍ଟିନ ଫାସିଲିଟି, ଶ୍ରମିକମାନଙ୍କୁ ଯାତାୟାତ ସୁବିଧା ଦେବା, ସ।।ଇକେଲ ଷ୍ଟାଣ୍ଡ ଆଦି ୧୧ ଦଫା ଦାବି ଆଜି ଯ।।ଏ କମ୍ପାନୀ କର୍ତ୍ତୃପକ୍ଷ ପୂରଣ କରି ନାହାନ୍ତି । ଯଦି ଆଗାମୀ ଫେବୃଆରୀ ୬ ତାରିଖ ସୁଧା କମ୍ପାନୀ କର୍ତ୍ତୃପକ୍ଷ ଏହି ସବୁ ପ୍ରତିଶ୍ରୁତି ଦେଇ ଥିବା ଦାବିଗୁଡିକ ପୂରଣ ନ କରନ୍ତି ତେବେ ପାରାଦୀପ ଏରସମା ଇଣ୍ଡଷ୍ଟ୍ରୀଆଲ ୱର୍କର୍ସ ୟୁନିୟନ ପକ୍ଷରୁ କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କ।।ଳ ପାଇଁ ଧାରଣା ଦିଆଯିବ ବୋଲି ସଂଘ ଚେତାବନୀ ଦେଇଛି ।

Related posts

ସୁକିନ୍ଦା ଠିକାଦାର ସଙ୍ଘ ପକ୍ଷରୁ ଦଶମ ବୈଠକ ଅନୁଷ୍ଠିତ

mahabharatanews

ଗଡ଼ିଲା ଭୁବନେଶ୍ୱର – ଅଯୋଧ୍ୟା ଆସ୍ଥା ସ୍ପେସିଆଲ ଟ୍ରେନ

mahabharatanews

୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews