ଓଡିଶା

ଅଟୋ ଓଲଟିଲା ଆଶାକର୍ମୀଙ୍କ ସହ ୪ ଆହତ

(ହିଞ୍ଜିଳି/ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମ କେ ସି ଜି ମେଡିକାଲକୁ ଜଣେ ମହିଳାଙ୍କୁ ନେଇ ଯାଉଥିବା ବେଳେ ଗୁରୁବାର ପୂର୍ବାହ୍ନରେ ଏକ ଅଟୋ ଛତ୍ରପୁରସ୍ଥିତ ଡିଆରଡିଏ କାର୍ୟ୍ୟାଳୟ ନିକଟରେ ଭାରସାମ୍ୟ ହରାଇ ଅଟୋ ଓଲଟି ପଡ଼ିଛି। ଫଳରେ ୪ ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ ଅଟୋ ଚାଳକ ଗୌତମ ପ୍ରଧାନ, ଖଲିକୋଟ ବ୍ଲକ କହ୍ନେଇପୁର ପଞ୍ଚାୟତ ଅଧୀନ ମାଣିକପୁର ଗାଁର ଆଶାକର୍ମୀ ଆଶାରାଣୀ ପ୍ରଧାନ, ମଲ୍ଲୀ ସିଂ ଓ ତାଙ୍କ ଝିଅ ପ୍ରତିମା ନାହାକ। ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ଛତ୍ରପୁର ଦମକଳ ବାହିନୀ କର୍ମଚାରୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।ବୋଲି ସୂଚନା ମିଳିଛି ।

Related posts

ପଦ୍ମଶ୍ରୀ ପ୍ରକାଶ ରାଓ ଆଉ ନାହାନ୍ତି

mahabharatanews

ସୃଷ୍ଟି ହେଲା ଲଘୁଚାପ, ଆର୍ଲଟ ଜାରି

mahabharatanews

ଅନୁଷ୍ଠିତ ହେଲା ଅଦ୍ବିକା ଜୀବନ ଶୈଳୀ ଶିକ୍ଷା ତାଲିମ ଶିବିର

mahabharatanews