ଓଡିଶା

ଅଟୋ ଓଲଟିଲା ଆଶାକର୍ମୀଙ୍କ ସହ ୪ ଆହତ

(ହିଞ୍ଜିଳି/ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମ କେ ସି ଜି ମେଡିକାଲକୁ ଜଣେ ମହିଳାଙ୍କୁ ନେଇ ଯାଉଥିବା ବେଳେ ଗୁରୁବାର ପୂର୍ବାହ୍ନରେ ଏକ ଅଟୋ ଛତ୍ରପୁରସ୍ଥିତ ଡିଆରଡିଏ କାର୍ୟ୍ୟାଳୟ ନିକଟରେ ଭାରସାମ୍ୟ ହରାଇ ଅଟୋ ଓଲଟି ପଡ଼ିଛି। ଫଳରେ ୪ ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ ଅଟୋ ଚାଳକ ଗୌତମ ପ୍ରଧାନ, ଖଲିକୋଟ ବ୍ଲକ କହ୍ନେଇପୁର ପଞ୍ଚାୟତ ଅଧୀନ ମାଣିକପୁର ଗାଁର ଆଶାକର୍ମୀ ଆଶାରାଣୀ ପ୍ରଧାନ, ମଲ୍ଲୀ ସିଂ ଓ ତାଙ୍କ ଝିଅ ପ୍ରତିମା ନାହାକ। ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ଛତ୍ରପୁର ଦମକଳ ବାହିନୀ କର୍ମଚାରୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।ବୋଲି ସୂଚନା ମିଳିଛି ।

Related posts

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ସୁଭଦ୍ରା ଶକ୍ତି ମେଳା

mahabharatanews

ତାଳ ଗଛ କାଟିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

mahabharatanews

ମୁଣ୍ଡଳୀ ବ୍ୟାରେଜ ଉପରୁ ମହାନଦୀକୁ ଡେଇଁଲେ ଯୁବକ

mahabharatanews