(ମହାଭାରତ): ଆଜିକାଲିର ଖରାପ ଜୀବନଶୈଳୀ ଯୋଗୁଁ ଅଧିକାଂଶ ଲୋକ ଓଜନ ଜନିତ ସମସ୍ୟାର ଶିକାର ହୋଇଥାନ୍ତି । ଏଥିପାଇଁ ଆପଣ ଅନେକ ଡାଏଟିସିଆନ୍ ଓ ମେଡିସନର ସାହାଯ୍ୟ ନେଇଥାନ୍ତି । କିନ୍ତୁ ଏସବୁ ନକରି ଲେମ୍ବୁ ସାହାଯ୍ୟରେ ମଧ୍ୟ ଓଜନ କମ୍ କରାଯାଇପାରିବ । ଲେମ୍ବୁ ପାଣି ଏସିଡିଟି, ପେଟ ଫୁଲିବା ପରି ସମସ୍ୟାକୁ ଭଲ କରିଥାଏ । ଆସନ୍ତୁ ଜାଣିବା ଲେମ୍ବୁ ଖାଇବା ଦ୍ୱାରା ଅନ୍ୟ କେଉଁସବୁ ସ୍ୱାସ୍ଥ୍ୟ ଉପକାରୀ ଲାଭ ମିଳିଥାଏ ।
୧- ଲେମ୍ବୁ ଶରୀରରେ ପିଏଚ ସ୍ତରକୁ ନିୟନ୍ତ୍ରଣ କରିଥାଏ । ଏଥିରେ ଆଇରନ୍, ମ୍ୟାଗ୍ନେସିୟମ୍ , ଫସଫରସ୍, କଲ୍ୟାସିୟମ୍, ପୋଟାସିୟମ୍ ଓ ଜିଙ୍କ ପରି ତତ୍ତ୍ୱ ରହିଛି । ଯାହା ଶରୀରରେ ଅଲଗା ଅଲଗା ଆବଶ୍ୟକତାରୁ ପୂରଣ କରିଥାଏ ।
୨- ଲେମ୍ବୁ ପାଣି କିଡନୀ ଷ୍ଟୋନକୁ କମ୍ କରିଥାଏ । ଏଥିପାଇଁ ପ୍ରତିଦିନ ଲେମ୍ବୁ ପାଣି ପିଅନ୍ତୁ ।
୩- ଲେମ୍ବୁ ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହିତ ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ ।
୪- ଲେମ୍ବୁ ଥିୟାମିନ୍, ନୟାସିନ୍, ରିବୋଫ୍ଲୋବିନ୍, ଭିଟାମିନ୍ ବି ୬, ଭିଟାମିନ୍ ଇ ରହିଛି । ଯାହା କୋଷ୍ଠକାଠିନ୍ୟ, କିଡନୀ ସମସ୍ୟା, ଗଳା ଓ ପାଟି ଜନିତ ସମସ୍ୟାକୁ ଭଲ କରିଥାଏ ।
୫- ଲେମ୍ବୁ ଖାଇଲେ ରକ୍ତଚାପ ନିୟନ୍ତ୍ରଣ ହେବା ସହ ଡିପ୍ରେସନ ଦୂର ହୋଇଥାଏ ।
୬- ଲେମ୍ବୁର ନିୟମିତ ଖାଇବା ଦ୍ୱାରା ଡାଇବେଟିସ ରୋଗୀଙ୍କ ସୁଗାର ନିୟନ୍ତ୍ରିତ ହୋଇଥାଏ ।
previous post
next post
