(ନୂଆଦିଲ୍ଲୀ): ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ଛାତ୍ରଛାତ୍ରୀଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି । ଜେଏନୟୁ କର୍ତ୍ତୃପକ୍ଷ ଶୀତକାଳ ପାଇଁ ପୁରୁଣା ଫି’ ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ପଞ୍ଜିକରଣ ପାଇଁ ଅନୁମତି ଦିଅନ୍ତୁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ବିଳମ୍ବରେ ପଞ୍ଜିକରଣ କରୁଥିବା ଶିକ୍ଷାର୍ଥୀଙ୍କ ଠାରୁ ମଧ୍ୟ କୌଣସି ପ୍ରକାରର ଜରିମାନା ଆଦାୟ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ଫି’ ଜମା କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଏକ ସପ୍ତାହ ସମୟ ଦିଆଯିବ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୨୮ରେ ହେବ । ତେବେ ଆଜିର ଶୁଣାଣି ବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମନଇଛା ଫି’ ବୃଦ୍ଧି କରିବା ବେଆଇନ । ହଷ୍ଟେଲ ମାନୁଆଲକୁ ପରିବର୍ତ୍ତନ କରିବାର ଅଧିକାର ଜେଏନୟୁ ଉଚ୍ଚସ୍ତରୀୟ କମିଟିର ନାହିଁ । ଫି’ ଜମା କରିବାକୁ ଜେଏନୟୁ ପ୍ରଶାସନ ପକ୍ଷରୁ ଅଧିକାଂଶ ଛାତ୍ରଛାତ୍ରୀଙ୍କ ଉପରେ ଚାପ ସୃଷ୍ଟି କରାଯାଇଥିଲା । ପ୍ରଶାସନ ଏହି ବର୍ଦ୍ଧିତ ଫି ପ୍ରତ୍ୟାହାର କରୁ ବୋଲି ଜେଏନୟୁ ଛାତ୍ର ସଂଗଠନ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ଅଖିଲ୍ ଶିବଲ୍ କହିଛନ୍ତି । ସୂଚନାଯୋଗ୍ୟ, ବିଶ୍ୱବିଦ୍ୟାଳୟର ବର୍ଦ୍ଧିିତ ଫି’ ପ୍ରତ୍ୟାହାର ଦାବି କରି ଜେଏନୟୁ ଛାତ୍ରଛାତ୍ରୀମାନେ ଦୀର୍ଘ ଦିନ ଧିର ଆନ୍ଦୋଳନ କରି ଆସୁଥିଲେ ।
previous post