ଓଡିଶା

କମିଟି ସୁପାରିସରେ ହେବ ଇଞ୍ଜିନିୟରଙ୍କ ବଦଳି ,ଗୃହ ଜିଲାରେ ପୋଷ୍ଟିଂକୁ ନା

ପୂର୍ତ୍ତ ବିଭାଗ ଅଧୀନରେ କାର୍ଯ୍ୟରତ ଓଡ଼ିଶା ଇଞ୍ଜିନିୟରିଂ ସେବା ଏବଂ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା କ୍ୟାଡରର ଅଧିକାରୀମାନଙ୍କ ବଦଳିକୁ ଅଧିକ ସ୍ୱଚ୍ଛ, ନିରପେକ୍ଷ ଓ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ଏକ ସମନ୍ୱିତ ବଦଳି ନୀତି ଜାରି କରିଛନ୍ତି। ବଦଳି ପାଇଁ ସ୍ୱତନ୍ତ୍ର ‘ଇଞ୍ଜିନିୟରିଂ ଏଷ୍ଟାବ୍ଲିସମେଣ୍ଟ କମିଟି’ (ଇଇସି) ଗଠନ। ନୂଆ ବ୍ୟବସ୍ଥା ଅନୁସାରେ ମୁଖ୍ୟ ଯନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବଦଳି ସମ୍ପର୍କରେ ସରକାରଙ୍କୁ ସୁପାରିସ କରିବ ଏହି ଇଇସି। ବିଭାଗର ପ୍ରମୁଖ ଶାସନ ସଚିବ ଏହି କମିଟିର ଅଧ୍ୟକ୍ଷ ରହିବେ। ସଡ଼କ, ଗ୍ରାମ୍ୟ ଉନ୍ନୟନ ଓ ଜାତୀୟ ରାଜପଥ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍‌ମାନେ ଏହାର ସଦସ୍ୟ ରହିବେ। ସେହିପରି ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ବଦଳି ପାଇଁ ଇଞ୍ଜିନିୟର-ଇନ୍-ଚିଫ୍ (ସଡ଼କ) କାର୍ୟ୍ୟାଳୟ ସ୍ତରରେ ଆଉ ଏକ ପୃଥକ ଇଇସି ଗଠନ କରାଯିବ। ଏହି କମିଟିରେ ଇଞ୍ଜିନିୟର-ଇନ୍-ଚିଫ୍ ଅଧ୍ୟକ୍ଷ ଥିବାବେଳେ ବିଭିନ୍ନ ଶାଖାର ମୁଖ୍ୟ ଯନ୍ତ୍ରୀମାନେ ସଦସ୍ୟ ରହିବେ। ବଦଳି ନୀତି ଅନୁସାରେ ଇଞ୍ଜିନିୟରମାନେ ସାଧାରଣତଃ ଗୋଟିଏ ସ୍ଥାନରେ ତିନି ବର୍ଷ କାର୍ୟ୍ୟକାଳ ପୂରଣ କରିବା ପରେ ବଦଳି ହେବେ। କୌଣସି ଅଧିକାରୀ ଏକ ରାଜସ୍ୱ ଜିଲ୍ଲାରେ ଛଅ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ। ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିଜ ଗୃହ ଜିଲ୍ଲାରେ ଅବସ୍ଥାପିତ କରାଯିବ ନାହିଁ। ସେହିପରି ଓଡିଇଏସ୍ କ୍ୟାଡରର ସହକାରୀ ଓ କନିଷ୍ଠ ଯନ୍ତ୍ରୀମାନେ ନିଜ ଘର ଉପଖଣ୍ଡରେ କାର୍ୟ୍ୟରତ ରହିପାରିବେ ନାହିଁ।

Related posts

ନିଅଣ୍ଟିଆ ମୌସୁମୀ ବର୍ଷା : ଚିନ୍ତାରେ ଚାଷୀ

mahabharatanews

ଓଜେଏସ ରେଜେଲ୍ଟ ପ୍ରକାଶ

mahabharatanews

ପାଟଣାରେ ଘୂର୍ଣ୍ଣିଝଡ ରେ ଉଡିଲା ଛପର

mahabharatanews