Uncategorized

ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ପୁଲିସର ଦମନଲୀଳାକୁ ସୁପ୍ରିମକୋର୍ଟଙ୍କ ନିନ୍ଦା

ନୂଆଦିଲ୍ଲୀ: ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ପୁଲିସର ଦମନଲୀଳାକୁ ନିନ୍ଦା କରିଛନ୍ତି ସୁପ୍ରିମକୋର୍ଟ । ପୁଲିସ ନିଜ ସୀମା ଭିତରେ ରହି କାମ କରିବାକୁ ସୁପ୍ରିମ କୋର୍ଟ କଡା ତାଗିଦ କରିଛନ୍ତି । କୋର୍ଟ କୋଲକାତା ପୁଲିସକୁ ତାଗିଦ କରି ଏହି ମନ୍ତବ୍ୟ ଦେଇଛନ୍ତି। ଦିଲ୍ଲୀର ଜଣେ ମହିଳାଙ୍କ ଫେସବୁକ୍ରେ ଏକ ଆପତ୍ତିଜନକ ଫେସବୁକ୍କୁ ନେଇ କୋଲକାତା ପୁଲିସ ତାଙ୍କୁ ସମନ କରିବା ଉପରେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି । ସମ୍ବିଧାନର ଧାରା ୧୯ (୧) (କ) ଅନୁଯାୟୀ ନାଗରିକମାନଙ୍କୁ ଦିଆଯାଇଥିବା ବାକ୍ ସ୍ୱାଧୀନତା ଉପରେ ମତ ରଖି ଜଷ୍ଟିସ୍ ଡିଏ ଚନ୍ଦ୍ରଚୁଡ ଏବଂ ଇନ୍ଦିରା ବାନାର୍ଜୀ କହିଛନ୍ତି ଯେ ଯଦି ରାଜ୍ୟ ପୁଲିସ୍ ସାଧାରଣ ଲୋକଙ୍କୁ ଏଭଳି ସମନ କରିବ ତାହା ବିପଦଜ୍ଜନକ ହେବ।
ଏଥିସହ ସୋଶିଆଲ ମିଡିଆ ପୋଷ୍ଟ ଆଧାରରେ ଦେଶର ନାଗରିକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସମନ୍ କରାଯାଇପାରିବନି ବୋଲି ସୁପ୍ରିମକୋର୍ଟ ରାଜ୍ୟ ସରକାରକୁ କହିଛନ୍ତି । ସମନ ଜଣେ ନାଗରିକଙ୍କ ବାକ୍ ସ୍ୱାଧୀନତା ପ୍ରତି ବିପଦ ସୃଷ୍ଟି କରୁଛିି । ପୁଲିସ ସୀମା ଅତିକ୍ରମ ନକରିବା ଦରକାର। ଭାରତ ଏକ ସ୍ୱାଧୀନ ଅଭିବ୍ୟକ୍ତିର ଦେଶ ବୋଲି କୋର୍ଟ କହିଛନ୍ତି।
ଦିଲ୍ଲୀର ରୋଶନୀ ବିଶ୍ୱାସ (୨୯) ରାଜା ବଜାର ଅଞ୍ଚଳରେ ବିରାଟ ସମାବେଶର ଫେସବୁକ ଫଟୋ ସେୟାର କରିଥିଲେ । ସେହି ଫଟୋରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରତି ଘୃଣାଭାବ ଦର୍ଶାଉଥିବା କହି ତାଙ୍କୁ ସମନ ହୋଇଥିଲା । କୋଲକାତା ହାଇକୋର୍ଟ ମଧ୍ୟ ଯୁବତୀଙ୍କ ବିରୋଧରେ ରାୟ ଦେଇଥିଲେ । କିନ୍ତୁ ଯୁବତୀ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମ କୋର୍ଟ ଯାଇଥିଲେ । ବେଞ୍ଚ ପରାମର୍ଶ ଦେଇଛି ଯେ ପୁଲିସ ତାଙ୍କୁ ଇମେଲ ମାଧ୍ୟମରେ ପ୍ରଶ୍ନ ପଠାଇପାରେ କିମ୍ବା ଭିଡିଓ କନଫରେନ୍ସିଂ ମାଧ୍ୟମରେ ପଚରାଉଚରା କରିପାରିଥାନ୍ତା।

 

Related posts

କୋରୋନା ଆତଙ୍କ ମୃତ୍ୟୁସଂଖ୍ୟା ୧୧୧୩ରେ ପହଞ୍ଚିଲା ବୁଧବାର ୯୭ ମୃତ୍ୟୁ

mahabharatanews

ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକଲେ କେଜରିୱାଲ

mahabharatanews

ବରିଷ୍ଠ ଏନସିପି ନେତା ଡିପି ତ୍ରିପାଠୀଙ୍କ ପରଲୋକ

mahabharatanews