ଅଯୋଧ୍ୟା: ବହୁପ୍ରତିକ୍ଷିତ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ମନ୍ଦିରକୁ ସବୁ କ୍ଷେତ୍ରରେ ସର୍ବୋକ୍ରୃଷ୍ଟ କରିବା ଲକ୍ଷ୍ୟରେ ପ୍ରୟାସ ଜାରି ରହିଛି । ଏବେ ବିଶ୍ୱର ସବୁଠାରୁ ବଡ ଘଣ୍ଟି ମନ୍ଦିରରେ ଲଗାଯାଇଛି । ଏହି ଘଣ୍ଟିର ଓଜନ ୬୧୩ କିଲୋ ହୋଇଥିବା ବେଳେ ଏହାର ଉଚ୍ଚତା ୪.୧ ଫୁଟ ଓ ଚଉଡା ୩.୯ ଫୁଟ । ଏହି ଘଣ୍ଟିର ଆଉ ଏକ ସବୁଠାରୁ ମହତ୍ୱପୂର୍ଣ୍ଣ ବିଶେଷତ୍ୱ ହେଉଛି ଏହି ଘଣ୍ଟି ବାଜିଲେ ଏଥିରୁ ଓଁକାର ଧ୍ୱନି ୧୦ କିଲୋମିଟର ପରିଧି ପର୍ଯ୍ୟନ୍ତ ଶୁଣାଯିବ । ଏହି ଘଣ୍ଟିକୁ ଚେନ୍ନାଇର ଲିଗାଲ ଟାଇଟସ କାଉନସିଲ ପ୍ରଦାନ କରୁଛି । କାଉସିଲ ପକ୍ଷରୁ ତାମିଲନାଡୁର ରାମେଶ୍ୱରରୁ ବାହାରିଥିବା ରାମ ରଥଯାତ୍ରା ଦଳ ଅଯୋଧ୍ୟାରେ ପହଞ୍ଚିବା ପରେ ଏହି ଘଣ୍ଟିକୁ ମନ୍ଦିର ଟ୍ରଷ୍ଟକୁ ହସ୍ତାନ୍ତର କରାଯାଇଛି । ଏଥିସହ ସଂସ୍ଥା ପକ୍ଷରୁ ପ୍ରଭୁ ରାମ, ଲକ୍ଷ୍ମଣ, ସୀତା, ହନୁମାନ ଓ ଗଣେଶଙ୍କ ମୂର୍ତ୍ତି ପ୍ରଦାନ କରାଯାଇଛି ।
ସେପ୍ଟେମ୍ବର ୧୭ରୁ ରାମେଶ୍ୱର ମରୁ ବାହାରିଥିବା ଏହି ରଥଯାତ୍ରା ଦଳ ବାହାରିଥିଲା । ଏହି ଦଳରେ ମୋଟ ୧୮ ଜଣ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ରାମେଶ୍ୱରମରୁ ରାମ ଜନ୍ମ ଭୂମି ପର୍ୟ୍ୟନ୍ତ ୧୦ଟି ରାଜ୍ୟ ଦେଇ ୪,୫୦୦ କିଲୋମିଟର ଯାତ୍ରା କରିବା ପରେ ‘ରାମ ରଥଯାତ୍ରା’ ବୁଧବାରଦିନ ଅଯୋଧ୍ୟାରେ ପହଞ୍ଚିଛି ।