Uncategorized

ଆମେରିକୀୟ କବୟିତ୍ରୀଙ୍କ ନାମରେ ନୋବେଲ ମୋହର

ଭୁବନେଶ୍ୱର: ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ଆମେରିକାର କବୟିତ୍ରୀ ଲୁଇସ ଗ୍ଲୁକ୍‌ ଚଳିତ ବର୍ଷ ନୋବେଲ ପୁରସ୍କାର ପାଇବା ପାଇଁ ବିବେଚିତ ହୋଇଛନ୍ତି। ନୋବେଲ ପୁରସ୍କାର କମିଟି ସାହିତ୍ୟ ପାଇଁ ଲୁଇସଙ୍କ ନାମରେ ମୋହର ମାରିଛନ୍ତି। କମିଟିର ଟ୍ୱିଟର ପେଜରେ ଏନେଇ ସୂଚନା ଦିଆଯାଇଛି ।
୧୯୩୪ରେ ନ୍ୟୁୟର୍କରେ ଜନ୍ମ ଗ୍ରହଣ କରିଥିବା ଗ୍ଲୁକ କ୍ୟାମ୍ବରିଜ୍‌ରେ ରହୁଥିଲେ। ୧୯୬୮ରେ ଲୁଇସିଙ୍କ ପ୍ରଥମ ସୃଷ୍ଟି ପାଷ୍ଟବର୍ଣ୍ଣ ପ୍ରକାଶିତ ହୋଇଥିଲା । ଏହି ପୁସ୍ତକ ଲୋକଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା। ୧୯୯୨ରେ ଗ୍ଲୁକଙ୍କ ‘ଦି ୱାଇଲ୍ଡ ଇରିସ’ ଅନେକ ସଫଳତା ହାସଲ କରିଥିଲା। ଲେଖାଲେଖି ବ୍ୟତୀତ ସେ ୟାଲେ ବିଶ୍ୱବିଦ୍ୟାଳୟରେ ଇଂଲିଶ ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟରତ ଅଛନ୍ତି।

Related posts

ଯବାନଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

mahabharatanews

ସବୁ ଧର୍ମରେ ଛାଡ୍ରପତ୍ର ଆଇନ୍ ଏକ ନେଇ କେନ୍ଦ୍ର ମତ ଲୋଡିଲେ ସୁପ୍ରିମ କୋର୍ଟ

mahabharatanews

କଂଗ୍ରେସ ପ୍ରତିଷ୍ଠା ଦିବସ: ପ୍ରତି ରାଜ୍ୟରେ ସିଏଏ ବିରୋଧୀ ଶୋଭାଯାତ୍ରା ଶୁଭାରମ୍ଭ

mahabharatanews