Uncategorized

ଗୁଲଗାମରେ ଗୁଳିବିନିମୟ: ୧ ଆତଙ୍କୀ ନିହତ, ୩ ଯବାନ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଗୁଲଗାମରେ ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ଗୁଳିବିନିମୟ ଘଟି ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୩ ଜଣ ଯବାନ ଆହତ ହୋଇଛନ୍ତି। ସେଠାରେ କିଛି ଆତଙ୍କବାଦୀ ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି।
ଦକ୍ଷିଣ କଶ୍ମୀର ଜୋନ ପୁଲିସ୍‌ର ପ୍ରାଥମିକ ସୂଚନା ଅନୁଯାୟୀ, ଆରହଠାରେ କିଛି ଆତଙ୍କୀ ଲୁଚି ରହିଥିବା ସୂଚନା ଏକ ବିଶେଷ ସୂତ୍ରରୁ ମିଳିଥିଲା । ଏହା ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ ଥିଲା। ତେବେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ଗୁଳିମାଡ଼ ଆରମ୍ଭ କରିଦେଇଥିଲେ। ଏହା ପରେ ସୁରକ୍ଷା ବଳ ପକ୍ଷରୁ ମଧ୍ୟ ପାଲଟା ଗୁଳିମାଡ କରାଯାଇଥିଲା । ଏଥିରେ ଜଣେ ଆତଙ୍କୀର ମୃତ୍ୟୁ ହୋଇଥିôବା ବେଳେ ଆତଙ୍କୀଙ୍କ ଗୁଳିରେ ୩ ଯବାନ ଆହତ ହୋଇଛନ୍ତି । ଆହତମାନଙ୍କୁ ଜମ୍ମୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Related posts

ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ରାଜନେତାଙ୍କ ଖେଳ

mahabharatanews

ବିଶ୍ୱରେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୦ ହଜାର, ୬୧ ଲକ୍ଷ ଲୋକ ସଂକ୍ରମିତ

mahabharatanews

ଆସିକା ସୁନାମ୍ବ ସାହି ତ୍ରିପତି ମନ୍ଦିର ସମ୍ମୁଖରେ ଯୁବକକୁ ମରଣାନ୍ତକ ଆକ୍ରମଣ

mahabharatanews