Uncategorized

ଅଲୀଗଡ ହିଂସା: ଏଏମୟୁର ୧୦ ହଜାର ଛାତ୍ରଙ୍କ ବିରୋଧରେ ମାମଲା

(ଅଲୀଗଡ): ଉତ୍ତରପ୍ରଦେଶର ଅଲିଗଡ ମୁସଲିମ ୟୁନିଭରସିଟି (ଏଏମୟୁ)ର ୧୦ ହଜାର ଅଜ୍ଞାତ ଛାତ୍ରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ଡିସେମ୍ବର ୧୫ ତାରିଖରେ ଅଲୀଗଡରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ହିଂସା ହୋଇଥିଲା । ଏଏମୟୁର ହଜାର ହଜାର ଛାତ୍ର ଏଥିରେ ସାମିଲ ହୋଇଥିଲେ । ରାଜ୍ୟ ପୋଲିସ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ତୁମୁଳକାଣ୍ଡ ହୋଇଥିଲା । ନଷ୍ଟ ହୋଇଥିବା ସମ୍ପତ୍ତିର କ୍ଷତିଭରଣା ଲାଗି ୧୦ ହଜାର ଛାତ୍ରଙ୍କ ନାମରେ ମାମଲା ରୁଜୁ ହୋଇଛି । ସରକାରୀ କାର୍ଯ୍ୟରେ ବାଧା ଦେବା, ୧୪୪ ଧାରା ଉଲଙ୍ଘନ କରିବା ଆଦି ଧାରାରେ ମାମଲା ରୁଜୁ କରାଯାଇଛି । ଉକ୍ତ ମାମଲାରେ ୧୦ ହଜାର ଅଜ୍ଞାତ ଛାତ୍ରଙ୍କୁ ହିଂସା ସୃଷ୍ଟିକାରୀ ବୋଲି ଦର୍ଶାଯାଇଛି । ଆନ୍ଦୋଳନ ବେଳେ ହୋଇଥିବା ହିଂସା ପାଇଁ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ ଓ ପୋଲିସ ପରସ୍ପର ବିରୋଧରେ ଆରୋପ ଲଗାଇଛନ୍ତି । ବିକ୍ଷୋଭ ସମୟରେ ଆରଏଏଫର ୨ଟି ପ୍ଲାଟୁନ ଯବାନ ବିଶ୍ୱବିଦ୍ୟାଳୟ ଆଖପାଖରେ ନିୟୋଜିତ ହୋଇଥିଲେ । ଛାତ୍ର ହିଂସା ଯୋଗୁଁ ରାପିଡ ଆକ୍ସନ ଫୋର୍ସ (ଆରଏଏଫ)ର ବହୁ କ୍ଷତି ହୋଇଥିବା ମଧ୍ୟ ଜଣାଯାଇଛି । ହିଂସା ସମୟରେ ଛାତ୍ରମାନଙ୍କୁ ଅଟକାଇବା ଲାଗି ବହୁ ପ୍ରୟାସ କରାଯାଇଥିଲା । କିନ୍ତୁ ସେମାନେ ନ ମାନିବାରୁ ମାଜିଷ୍ଟ୍ରେଟଙ୍କ ଅନୁମତି କ୍ରମେ ଲୁହବୁହା ଗ୍ୟାସ ଏବଂ ଲାଠି ମାଡ କରାଯାଇଥିଲା । ଏଏମୟୁ ଛାତ୍ରଙ୍କ ସିଏଏ ବିରୋଧୀ ହିଂସାରେ କେତେଜଣ ଆରଏଏଫ କମାଣ୍ଡାଣ୍ଟ ଆହତ ହେବା ସହ ଫାୟାର ଟେଣ୍ଟର ଗାଡି, ଏକ ବସ ଅନ୍ୟାନ୍ୟ ସମ୍ପତ୍ତି ନଷ୍ଟ ହୋଇଥିଲା ବୋଲି ଆରଏଏଫ କହିଛି ।

Related posts

ଡିସେମ୍ବର ପ୍ରାରମ୍ଭରେ ଇଣ୍ଡିଗୋ ଏୟାର ଲାଇନ୍ସ ସର୍ଭର ହ୍ୟାକ ନେଇ କମ୍ପାନୀ ପକ୍ଷରୁ ସୂଚନା

mahabharatanews

ଜୁନ ୩୦ ଯାଏଁ ବୁକ ଟିକେଟ ରଦ୍ଦକଲା ରେଳବାଇ

mahabharatanews

ଇରାନର ମିସାଇଲ ମାଡ ପରେ… ଟ୍ରମ୍ପ କହିଲେ ଅଲ୍ ଇଜ୍ ୱେଲ୍

mahabharatanews

Leave a Comment