Uncategorized

ଅଲୀଗଡ ହିଂସା: ଏଏମୟୁର ୧୦ ହଜାର ଛାତ୍ରଙ୍କ ବିରୋଧରେ ମାମଲା

(ଅଲୀଗଡ): ଉତ୍ତରପ୍ରଦେଶର ଅଲିଗଡ ମୁସଲିମ ୟୁନିଭରସିଟି (ଏଏମୟୁ)ର ୧୦ ହଜାର ଅଜ୍ଞାତ ଛାତ୍ରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ଡିସେମ୍ବର ୧୫ ତାରିଖରେ ଅଲୀଗଡରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ହିଂସା ହୋଇଥିଲା । ଏଏମୟୁର ହଜାର ହଜାର ଛାତ୍ର ଏଥିରେ ସାମିଲ ହୋଇଥିଲେ । ରାଜ୍ୟ ପୋଲିସ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ତୁମୁଳକାଣ୍ଡ ହୋଇଥିଲା । ନଷ୍ଟ ହୋଇଥିବା ସମ୍ପତ୍ତିର କ୍ଷତିଭରଣା ଲାଗି ୧୦ ହଜାର ଛାତ୍ରଙ୍କ ନାମରେ ମାମଲା ରୁଜୁ ହୋଇଛି । ସରକାରୀ କାର୍ଯ୍ୟରେ ବାଧା ଦେବା, ୧୪୪ ଧାରା ଉଲଙ୍ଘନ କରିବା ଆଦି ଧାରାରେ ମାମଲା ରୁଜୁ କରାଯାଇଛି । ଉକ୍ତ ମାମଲାରେ ୧୦ ହଜାର ଅଜ୍ଞାତ ଛାତ୍ରଙ୍କୁ ହିଂସା ସୃଷ୍ଟିକାରୀ ବୋଲି ଦର୍ଶାଯାଇଛି । ଆନ୍ଦୋଳନ ବେଳେ ହୋଇଥିବା ହିଂସା ପାଇଁ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ ଓ ପୋଲିସ ପରସ୍ପର ବିରୋଧରେ ଆରୋପ ଲଗାଇଛନ୍ତି । ବିକ୍ଷୋଭ ସମୟରେ ଆରଏଏଫର ୨ଟି ପ୍ଲାଟୁନ ଯବାନ ବିଶ୍ୱବିଦ୍ୟାଳୟ ଆଖପାଖରେ ନିୟୋଜିତ ହୋଇଥିଲେ । ଛାତ୍ର ହିଂସା ଯୋଗୁଁ ରାପିଡ ଆକ୍ସନ ଫୋର୍ସ (ଆରଏଏଫ)ର ବହୁ କ୍ଷତି ହୋଇଥିବା ମଧ୍ୟ ଜଣାଯାଇଛି । ହିଂସା ସମୟରେ ଛାତ୍ରମାନଙ୍କୁ ଅଟକାଇବା ଲାଗି ବହୁ ପ୍ରୟାସ କରାଯାଇଥିଲା । କିନ୍ତୁ ସେମାନେ ନ ମାନିବାରୁ ମାଜିଷ୍ଟ୍ରେଟଙ୍କ ଅନୁମତି କ୍ରମେ ଲୁହବୁହା ଗ୍ୟାସ ଏବଂ ଲାଠି ମାଡ କରାଯାଇଥିଲା । ଏଏମୟୁ ଛାତ୍ରଙ୍କ ସିଏଏ ବିରୋଧୀ ହିଂସାରେ କେତେଜଣ ଆରଏଏଫ କମାଣ୍ଡାଣ୍ଟ ଆହତ ହେବା ସହ ଫାୟାର ଟେଣ୍ଟର ଗାଡି, ଏକ ବସ ଅନ୍ୟାନ୍ୟ ସମ୍ପତ୍ତି ନଷ୍ଟ ହୋଇଥିଲା ବୋଲି ଆରଏଏଫ କହିଛି ।

Related posts

ଅପପ୍ରଚାର କରି ୨ ଡାକ୍ତର ଗିରଫ

mahabharatanews

କାଶ୍ମୀର, ଏଲଓସି ସ୍ଥିତିକୁ ନେଇ ଚୀନ ଓ ପାକିସ୍ତାନ ବୈଦେଶିକମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା

mahabharatanews

୬ ମାସର ଶିଶୁ ପାଇଁ କ୍ୱାରେଣ୍ଟାଇନରେ ୫୪ ସ୍ୱାସ୍ଥ୍ୟକର୍ମୀ

mahabharatanews