Uncategorized

ବିହାରରେ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା

(ବୈଶାଳୀ): ବିହାରର ବୈଶାଳୀ ଅଞ୍ଚଳରେ ଜଣେ କଂଗ୍ରେସ ନେତା ରାକେଶ ଯାଦବଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଶନିବାର ସକାଳେ ସେ ଜିମ୍ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇପଡିଛନ୍ତି । ଏପରିକି ଘଟଣା ପରେ ପୋଲିସ ଏବଂ ସ୍ଥାନୀୟ ଏସପି ସେଠାରେ ପହଞ୍ଚିଥିଲେ । ପୋଲିସର ନିଷ୍କ୍ରିୟତାକୁ ବିରୋଧ କରି ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡି ଉପରକୁ ଟେକା ପଥର ମାଡ କରିଥିଲେ । ବୈଶାଳୀ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଦିବାଲୋକରେ ଘଟାଇବାକୁ ପଛାଉନାହାନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ହତ୍ୟାର କାରଣ ଏଯାଏ ଜଣା ପଡିନାହିଁ । ହତ୍ୟା ପଛରେ ରାଜନୈତିକ ଶତ୍ରୁତା ଥାଇପାରେ ବୋଲି ପୋଲିସ କହିଛି । ଏହାଛଡା ଆଖପାଖ ଅଞ୍ଚଳରେ ଥିବା ଦୋକାନର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି ।

Related posts

ଆଇସୋଲେଟେଡ୍ ବ୍ୟକ୍ତିଙ୍କୁ ପୁସ୍ତକ ବଣ୍ଟନ

mahabharatanews

ମୋ ସଂଘର୍ଷଠୁ ଅଧିକ ସଂଘର୍ଷ କରିଛନ୍ତି ମୋ ମାତା ପିତା: ପ୍ରଦୀପ ସିଂହ

mahabharatanews

ସାମନ୍ଥାଙ୍କ ସହ ରୋମାନ୍ସ କରିବେ ଜୁନିଅର ଏନ୍ଟିଅ।ର

mahabharatanews