Uncategorized

ଆଇଏନଏସ ବିକ୍ରମାଦିତ୍ୟ ଉପରେ ଏଲସିଏ ନେଭିର ସଫଳ ଅବତରଣ

ନୂଆଦିଲ୍ଲୀ: ଆଜି ପ୍ରଥମ ଥର ପାଇଁ ନାଭାଲ ଲାଇଟ କମ୍ବାଟ ଏୟାର କ୍ରାପ୍ଟ ତେଜସ ବିମାନ ବାହକ ପୋତ ଆଇଏନଏସ ବିକ୍ରମାଦିତ୍ୟ ଉପରେ ଅବତରଣ କରିଛନ୍ତି । କୌଣସି ସ୍ୱଦେଶୀ ଯୁଦ୍ଧ ବିମାନ ବିମାନ ବାହକ ପୋତ ଉପରେ ଅବତରଣ କରିବାର ଏହା ହେଉଛି ପ୍ରଥମ ଘଟଣା ବୋଲି ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି । ରକ୍ଷା ଅନୁସଂଧାନ ଓ ବିକାଶ ସଂଗଠନ (ଡିଆରଡିଓ) ଏହି ଲାଇଟ କମ୍ବାଟ ଏୟାରକ୍ରାପ୍ଟର ନିମାଣ କରିଛି, ଯେଉଁଥିରେ ଅରେଷ୍ଟର ୱାୟର ସହାୟତାରେ ଅବତରଣ କରିଛି । ଏରୋନେଟିକାଲ ଡେଭଲପମେଣ୍ଟ ଏଜେନ୍ସି ନୌସେନା ସହ ମିଶି ଏହି ଯୁଦ୍ଧ ବିମାନ ନିର୍ମାଣ କରୁଛି । ଆଜି ସକାଳ ୧୦.୨ ମିନିଟ ସମୟରେ ତେଜସ ସଫଳତା ସହ ବିମାନ ବାହକ ପୋତ ବିକ୍ରମାଦିତ୍ୟ ଉପରେ ଅବତରଣ କରିଛି । ଏହାକୁ କମାଣ୍ଡର ଜୟଦୀପ ମୌଲଙ୍କର ଅବତରଣ କରିଛନ୍ତି । ଏହି ସଫଳତା ପରେ ଭାରତ ଋଷ, ଆମେରିକା, ଫ୍ରାନ୍ସ, ବ୍ରିଟେନ ଓ ଚୀନ ପରେ ଷଷ୍ଠ ଦେଶ ହୋଇଛି ଯିଏ ବିମାନ ବାହକ ପୋତ ଉପର ଡେକ ଉପରେ ଏକ ଅରେଷ୍ଟିଡ ଲ୍ୟାଣ୍ଡିଂ ଓ ଡେକ ଉପରେ ସ୍କାଇ ଜମ୍ପ ଟେକ ଅଫ କଳା ଦେଖାଇବାର ସଫଳତା ହାସଲ କରିଛି ।

Related posts

ପୁଣି ଏକ ଲଘୁଚାପକୁ ନେଇ ସତର୍କ କଲାଣି ଭାରତୀୟ ପାଣିପାଗ ବିଭାଗ

mahabharatanews

ରାମ ମନ୍ଦିର ଟ୍ରଷ୍ଟ: ଅଯୋଧ୍ୟା ପୂଜାରୀଙ୍କୁ ସାମିଲ କରା ନ ଯିବାକୁ ନେଇ ଭିଏଚପିକୁ ନିନ୍ଦା

mahabharatanews

କାଶ୍ମୀର ସାମାଜିକ କର୍ମୀ, ଲୋକଙ୍କ ସହ ୧୬ ଜଣିଆ ପ୍ରତିନିଧି ମଣ୍ଡଳିର ଆଲୋଚନା

mahabharatanews