ଓଡିଶା

ଆଜିଠୁ ଆରମ୍ଭ ରଥ ନିର୍ମାଣ କାମ

(ମମତା ସାମଲ ): କରୋନା ନେଇ ଲାଗି ରହିଥିବା ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଉପରେ ଦ୍ୱନ୍ଦ୍ୱ ଦୂର ହୋଇଛି । କଟକଣା ମଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ।

ବିଳମ୍ବରେ ହେଲେ ମଧ୍ୟ ଆଜିଠୁ ଆରମ୍ଭ ହୋଇଛି ରଥ କାମ । ଚଳଚଞ୍ଚଳ ହୋଇଛି ରଥ ଖଳା । ବିଶ୍ଵକର୍ମାମାନେ ଆଜି ରଥ ଖଳାରେ ପହଞ୍ଚି କାମ ଆରମ୍ଭ କରିଛନ୍ତି। ଆଜିଠୁ ଚକ ନିର୍ମାଣର ପ୍ରାରମ୍ଭିକ କାର୍ୟ୍ୟ ତୁମ୍ବ ନିର୍ମାଣ ଆରମ୍ଭ ହେଉଛି । ନିର୍ମାଣ ନେଇ କେନ୍ଦ୍ର ସରକାରଙ୍କ ଅନୁମତି ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ରଥ ନିର୍ମାଣକୁ ନିର୍ଦ୍ଦେଶ ଦିଆଯାଇଛି । ରଥ ନିର୍ମାଣ ସମୟରେ ଲକ୍ ଡାଉନ୍ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ଏହାଛଡା ସେତେବେଳର ପରିସ୍ଥିତି ଅନୁଯାୟୀ ରଥଯାତ୍ରା ନେଇ ରାଜ୍ୟ ସରକାର ନିଷ୍ପତି ନେଇପାରିବେ ବୋଲି କହିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ଲକ୍ ଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ଧାର୍ମିକ ସମାବେଶ ନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଗତକାଲି ପୁରୀ ଜିଲ୍ଲାପାଳ ଓ ସେବାୟତଙ୍କୁ ନେଇ ହୋଇଥିବା ବୈଠକ ରେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି କାମ କରିବାକୁ ନିଷ୍ପତି ହୋଇଛି ।

Related posts

ଶ୍ରୀମନ୍ଦିରର ଜଗମୋହନ ଭିତରେ ହବିଷ୍ୟାଳୀଙ୍କୁ ମାଡ ମାରିଛନ୍ତି ପୋଲିସ

mahabharatanews

୭୦ କୋଟିରୁ ବଢ଼ିପାରେ ବିପିଏଲ ସଂଖ୍ୟା,ବଦଳିପାରେ   BPL ର ନିୟମ !

mahabharatanews

ସମଲ ବ୍ୟାରେଜ ଗେଷ୍ଟ ହାଉସ ଠାରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ୨୦୨୬

mahabharatanews