ଓଡିଶା

ଆଜି ପାଟଣାରେ ସପ୍ତାହାନ୍ତ ସଟଡାଉନ

(ବିଜୟ କୁମାର କାରୁଆ/ପାଟଣା): ମହାମାରୀ କରୋନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଆଜି ଠାରୁ ତୃତୀୟ ପର୍ଯ୍ୟାୟ ସଟଡାଉନ ଆରମ୍ଭ ହୋଇଛି । ଏହାର ପ୍ରଭାବ ପାଟଣା ବ୍ଲକ ଅନ୍ତର୍ଗତ ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ପାଟଣାର ମୁଖ୍ୟ ବଜାର ମଲ୍ଲିପଶି, ଡୁମୁରିଆ, ଟାଙ୍ଗରପଡା, ଖିରେଇଟାଗିରି ଓ ତୁରୁମୁଙ୍ଗା ଅଞ୍ଚଳର ତୁରୁମୁଙ୍ଗା ବଜାର, ରାଜନଗର, କେନ୍ଦେଇପଶି ଆଦି ଅଞ୍ଚଳ ସମ୍ପୁର୍ଣ୍ଣ ବନ୍ଦ ରହିଛି । କେବଳ ଔଷଧ ଦୋକାନ, ଆମ୍ବୁଲାନ୍ସ ଓ ଜରୁରୀ ସେବା ଗୁଡିକୁ ଛାଡି ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ମାସ୍କ ପିନ୍ଧି ନଥିବା, ଦୁଇ ଓ ଚାରି ଚକିଆ ଗାଡି ଧରି ବାହାରେ ବୁଲୁଥିବା କିଛି ଅମାନିଆଙ୍କୁ ପୋଲିସ ତାଗିଦ କରୁଥିବା ଦେଖାଯାଇଛି ।

Related posts

୨୯ ତାରିଖରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ

mahabharatanews

ପ୍ରଧାନ ଶିକ୍ଷକଙ୍କୁ ଗ୍ରାମବାସୀ ଙ୍କ ବିଦାୟ କାଲିନ ସମ୍ବର୍ଦ୍ଧନା

mahabharatanews

ଲୋକାର୍ପଣ ହେବାକୁ ଯାଉଛି ସମଲେଇ ପ୍ରକଳ୍ପ

mahabharatanews