ଓଡିଶା

ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

(ପୁରୀ) :  ଆଜି ପୁରୀ ଯିବେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣରେ ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁଙ୍କ ଦର୍ଶନ କରିବେ ପରେ ଶ୍ରୀଜଗନ୍ନାଖ ବଲ୍ଲଭ ପ୍ରମୋଦ ଉଦ୍ୟାନ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ । ସେହିପରି ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ ପ୍ରଦର୍ଶନୀ ଦେଖିବେ ମୁଖ୍ୟମନ୍ତ୍ରୀ ।

ସୂଚନାନୁଯାୟୀ , ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ଏହା ନବୀନଙ୍କ ପ୍ରଥମ ପୁରୀ ଗସ୍ତ । ଆଜି ଅପରାହ୍ନ ୪ଟା ୫୦ରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଯାଇ ଶ୍ରୀସେତୁ ନିକଟସ୍ଥିତ ହେଲିପ୍ୟାଡରେ ଅବତରଣ କରିବେ । ସେଠାରୁ ସେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର ନିକଟରେ ମହାପ୍ରଭୁଙ୍କ ବେଶ ଓ ପରିକ୍ରମା ପ୍ରକଳ୍ପର ମଡେଲ ଦେଖି ଶ୍ରୀମାର୍ଗ ଦେଇ ଶ୍ରୀମନ୍ଦିର ନିକଟରେ ପହଞ୍ଚିବେ । କାଳିଆକୁ ଦର୍ଶନ କରି ଆଶିଷ ନେବେ  ।

 

Related posts

 ଆସନ୍ତା ୫ଦିନ ଯାଏଁ ରାଜ୍ୟରେ ବଡ଼ ବର୍ଷା ନାହିଁ 

mahabharatanews

୧୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା,ଓ୍ଵାର୍ଣ୍ଣିଂ ଜାରି

mahabharatanews

୧୦ ବାଇକ୍ ଜବତକଲା ବଡଚଣ। ପୁଲିସ

mahabharatanews