Uncategorized

ଆଜି ରାଜ୍ୟର ୪ ନବନିର୍ବାଚିତ ସାଂସଦ ନେଲେ ଶପଥ 

ଭୁବନେଶ୍ୱର: ଆଜି ବିଭିନ୍ନ ରାଜ୍ୟର ନବନିର୍ବାଚିତ ସାଂସଦଙ୍କ ଶପଥପାଠ କାର୍ଯ୍ୟକ୍ରମ ଚାଲିଛି । ମୋଟ ୬୧ ନବ ନିର୍ବାଚିତ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ଆଜି ମୋଟ ୪୩ ଜଣ ସାଂସଦ ଶପଥପାଠ କରିଛନ୍ତି । ଏହି ୪୩ ଜଣଙ୍କ ମଧ୍ୟରେ ରାଜ୍ୟର ୪ ନବନିର୍ବାଚିତ ସାଂସଦ ସୁବାସ ଚନ୍ଦ୍ର ସିଂ, ସୁଜିତ କୁମାର, ମୁଜିବୁଲ୍ଲା ଖାନ (ମୁନା) ଓ ମମତା ମହନ୍ତ ମଧ୍ୟ ଶପଥ ନେଇଛନ୍ତି । ନବନିର୍ବାଚିତ ସାଂସଦଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କିଆ ନାଇଡ଼ୁ ଶପଥପାଠ କରାଇଛନ୍ତି ।
କରୋନା କଟକଣା ଯୋଗୁଁ ୨୦ଟି ରାଜ୍ୟର ନବନିର୍ବାଚିତ ୬୧ ସାଂସଦ ଶପଥ ନେଇ ପାରିନଥିଲେ । ରାଜ୍ୟସଭା ଅଧିବେଶନ ସ୍ଥଗିତ ରହିଥିବାରୁ ଅଧ୍ୟକ୍ଷଙ୍କ ଚାମ୍ବରରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ନବନିର୍ବାଚତ ସାଂସଦଙ୍କ ସହ ପରିବାରର ଜଣେ ସଦସ୍ୟଙ୍କୁ ଶପଥ ଗ୍ରହଣ ବେଳେ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଇଛି। ଆଜିର ଶପଥ ପାଠ କାର୍ଯ୍ୟକ୍ରମରେ କୌଣସି କାରଣରୁ ୧୮ ଜଣ ସାଂସଦ ଭାଗ ନେଇ ନାହାନ୍ତି । ସେମାନେ ଆଗାମୀ ମୌସୁମୀ ଅଧିବେଶନ କାଳରେ ଶପଥ ପାଠ କରି ପାରିବେ।

Related posts

ମେ ୧୯ରୁ ଘରୋଇ ବିମାନ ଉଡିବ

mahabharatanews

ସିଦ୍ଧିବିନାୟକ ମନ୍ଦିରରେ ଭକ୍ତଙ୍କୁ ବଣ୍ଟାଯାଉଛି ସାନିଟାଇଜର

mahabharatanews

ନେପାଳ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ବୟାନ: ବିଶ୍ୱ ହିନ୍ଦୁ ସେନାର ଆକ୍ରୋଶର ଶିକାର ନେପାଳୀ ଯୁବକ

mahabharatanews