Uncategorized

କରୋନା ଭାଇରସ ଲାବରୁ ସୃଷ୍ଟି ହୋଇନାହିଁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନେଭା: କରୋନାଭାଇରସ୍ ଗତବର୍ଷ ଶେଷ ଆଡ଼କୁ ଚୀନ୍‌ରେ କୌଣସି ପ୍ରାଣୀ ଠାରୁ ସୃଷ୍ଟି ହୋଇଛି। କୌଣସି ପରୀକ୍ଷାଗାରରେ ତାହାକୁ ପରିବର୍ତ୍ତନ କିଂବା ଉତ୍ପତ୍ତି କରାଯାଇ ନାହିଁ। ମଙ୍ଗଳବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏପରି ସୂଚନା ଦେଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖପାତ୍ର ଫେଡେଲା ଚାଇବ୍ ଜେନେଭା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମିଳୁଥିବା ସମସ୍ତ ପ୍ରମାଣରୁ ଅନୁମାନ କରାଯାଉଛି ଯେ ଏହି ଭୂତାଣୁ ପ୍ରାଣୀ ଶରୀରରୁ ସୃଷ୍ଟି ହୋଇଛି। କୌଣସି ପରୀକ୍ଷାଗାର କିଂବା ଅନ୍ୟ କେଉଁଠି ଏହାକୁ ପରିବର୍ତ୍ତନ କିଂବା ସୃଷ୍ଟି କରାଯାଇ ନାହିଁ। ଏହି ଭୂତାଣୁ କିଭଳି ଗୋଟିଏ ପ୍ରଜାତିର ପ୍ରାଣୀରୁ ଅନ୍ୟ ପ୍ରଜାତିର ପ୍ରାଣୀର ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତି ଭେଦ କରିପାରିଲା ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ, ଗୋଟିଏ ପ୍ରଜାତିର ପ୍ରାଣୀରୁ ଅନ୍ୟ ପ୍ରଜାତିର ପ୍ରାଣୀକୁ ସଂକ୍ରମିତ ହେବା ନିମନ୍ତେ ଅନ୍ୟ କୌଣସି ପ୍ରାଣୀ ଏହି ଭୂତାଣୁର ନିଶ୍ଚୟ ମଧ୍ୟସ୍ଥତା କରିଛି। ଏହି ଭୂତାଣୁ ବାଦୁଡ଼ିମାନଙ୍କ ଦେହରେ ଅବସ୍ଥାନ କରୁଥିବା ଯେ ଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ, ବାଦୁଡ଼ିରୁ ତାହା ମଣିଷଙ୍କ ଦେହକୁ କେମିତି ଆସିଲା ତାହା ଜଣାପଡ଼ି ନାହିଁ।

Related posts

କରୋନା ଆତଙ୍କ: ୧୪ ତମ ସ୍ଥାନରେ ଭାରତ

mahabharatanews

୨୦ରୁ ପ୍ରଶାନ୍ତ କିଶୋରଙ୍କ ‘ବାତ୍ ବିହାର କୀ’ କାର୍ଯ୍ୟକ୍ରମ

mahabharatanews

ଆତ୍ମହତ୍ୟା କଲେ ଟେଲି ଅଭିନେତ୍ରୀ ସେଜଲ

mahabharatanews