ଭାରତ

ଆଜି ସକାଳେ ବେଙ୍ଗାଲୁରୁରେ ମୃଦୁ ଭୂକମ୍ପ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ମୃଦୁ ଭୂକମ୍ପ । ଆଜି ସକାଳେ କର୍ଣ୍ଣାଟକର ଉତ୍ତର- ଉତ୍ତରପୂର୍ବରେ ଅନୁଭୂତ ହୋଇଛି ମୃଦୁ ଭୂକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତ।। ୩.୩ ପଏଣ୍ଟ ରେକର୍ଡ ହୋଇଛି । ସେସେମୋଲୋଜି ପକ୍ଷରୁ ଦିଆଯାଇଛି ଏହି ସୂଚନା । ସୂଚନା ଅନୁଯାୟୀ ସକାଳ ୭ଟା ୧୪ ମିନିଟରେ ବେଙ୍ଗାଲୁରୁ ସହରରେ ଭୂକମ୍ପ ଅନୁଭୂତ ହୋଇଥିଲା ।
ଭୂକମ୍ପର ଠିକଣାସ୍ଥଳ ଅକ୍ଷାଂଶ ୧୩.୫୫ ଥିବା ବେଳେ ଦ୍ରାଘିମା ୭୭.୭୬ ରେକର୍ଡ କରାଯାଇଛି । ବେଙ୍ଗାଲୁରୁଠାରୁ ୬୬ କିମି ଦୂରରେ ୨୩ କିମି ଗଭୀରରେ ଏହି ଭୂକମ୍ପ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି । ତେବେ ଭୂକମ୍ପରେ କ୍ଷୟକ୍ଷତି ଜନିତ ରିପୋର୍ଟ ଆସି ନାହିଁ।

Related posts

ବିଶ୍ୱେଶ୍ୱର ଟୁଡୁଙ୍କ ବିମାନ ଯାଞ୍ଚ

mahabharatanews

ଇମ୍ଫାଲରୁ ‘ଭାରତ ଯୋଡା ନ୍ୟାୟ ଯାତ୍ରା’ ଆରମ୍ଭ

mahabharatanews

ଦ୍ୱିତୀୟ ଥର ଲୋକସଭା ବଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍ ବିର୍ଲା

mahabharatanews