ଭାରତ

ଆତଙ୍କବାଦୀ ଆକ୍ରମଣରେ ଜଣେ ମେଜର୍‌ ଓ ଦୁଇ ଜଣ ଯବାନ ସହିଦ

(ଜାମ୍ମୁ କାଶ୍ମୀର) : ଆତଙ୍କବାଦୀ ହମଲାରେ ଜଣେ ମେଜର୍‌ ଓ ଦୁଇ ଜଣ ଯବାନ ସହିଦ  ।  ଜାମ୍ମୁ କାଶ୍ମୀର ରଜୌରୀରେ ଭାରତୀୟ ସେନାର କ୍ଷତି ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି ।  ବାଜିମଲ୍‌ ଜଙ୍ଗଲରେ ଆତଙ୍କୀ ଲୁଚିଥିବା ଖବର ପାଇ କମ୍ବିଂ ଚାଲିଥିଲା । ଆତଙ୍କୀ ଲୁଚିଥିବା ଖବର ପାଇ ଅପରେସନ ବେଳେ ପାଲଟା ହମଲା । ସେହିପରି ସେନା ଗୁଳିରେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ସୂଚନା ମିଳିଛି । ଏହି ସମୟରେ ଜଙ୍ଗଲ ଭିତରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା।

ସୂଚନାନୁଯାୟୀ , ଏଥିରେ ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଭାରତୀୟ ସେନାର ତିନି ଯବାନ ସହିଦ ହୋଇଛନ୍ତି । ରଜୌରୀର କାଲକୋଟ ଥାନା ଅନ୍ତର୍ଗତ ବାଜି ଗାଁର ଜଙ୍ଗଲରେ ଦୁଇରୁ ତିନି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା । ଏହାପରେ ଭାରତୀୟ ସେନା ଓ ଜମ୍ମୁ କଶ୍ମୀର ପୁଲିସର ସ୍ପେଶାଲ ଅପରେସନ୍‌ ଗ୍ରୁପ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ ।  କାର୍ଯ୍ୟ ଜଙ୍ଗଲ ଭିତରେ ଆହୁରି ଦୁଇରୁ ତିନି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଡ୍ରୋନ୍‌ ଓ ହେଲିକପ୍ଟର ସହାୟତାରେ ପୂରା ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ଉପରେ ସୁରକ୍ଷାକର୍ମୀ ପକ୍ଷରୁ ନଜର ରଖାଯାଇଛି ।

Related posts

ବଲିଉଡର ହି-ମ୍ୟାନ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରିଛି ପରିବାର

mahabharatanews

mahabharatanews

ମନି ଲଣ୍ଡରିଂ ମାମଲାରେ ଇଡିର ଗିରଫଦାରୀ ମନମାନୀ ନୁହେଁ: ସୁପ୍ରିମକୋର୍ଟ

mahabharatanews