Uncategorized

ଆତଙ୍କୀ ଫଣ୍ଡିଂ ମାମଲାରେ ହାଫିଜ ସଇଦକୁ ଜେଲ ଦଣ୍ଡାଦେଶ

ନୂଆଦିଲ୍ଲୀ: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଓ ଜମାତ ଉଦ ଦାବା ପ୍ରମୁଖ ହାଫିଜ ସଇଦଙ୍କୁ ଦୁଇ ଅଲଗା ଅଲଗା ଆତଙ୍କୀ ଫଣ୍ଡିଂ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ଡନ ନ୍ୟୁଜ ମୁତାବକ, ଲାହୋରର ଆଣ୍ଟି ଟେରୋରିଜମ କୋର୍ଟ ୨ ମାମଲାରେ ସାଢେ ପାଞ୍ଚ ବର୍ଷ ଲେଖା ୧୧ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ଦୁଇ ମାମଲାରେ ୩୦ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି । ହାଫିଜ ନାମରେ ଆହୁରି ଅନେକ ମାମଲା ମଧ୍ୟ ରହିଛି ।

ସୂଚନାଯୋଗ୍ୟ, ୨୦୧୯ ଜୁଲ।।ଇ ୩ ତାରିଖରେ ଜମାତ ଉଦସଂଗଠନର ୧୩ ବଡ ନେତାଙ୍କ ଉପରେ ଆତଙ୍କବାଦୀ ଫଣ୍ଡିଂ ଓ ମନି ଲଣ୍ଡରିଂ ସମ୍ବନ୍ଧିତ ପ୍ରାୟ ୨୪ ମାମଲା ଦ।।ୟର ହୋଇଥିଲା । ପଞ୍ଜାବ ପ୍ରାନ୍ତର ପାଞ୍ଚ ସହରରେ ମାମଲା ଦାୟର ହୋଇଥିବା ସିଟିଡି ଘୋଷଣା କରି କହିଥିଲା, ଜମାଦ ଉଦ ଦାବା, ଅଲ ଅନଫାଇଲ ଟ୍ରଷ୍ଟ, ଦାବତୁଲ ଇରସାଦ ଟ୍ରଷ୍ଟ ଓ ମୁଆଜ ବିଜ ଜବାଲ ଟ୍ରଷ୍ଟ ସହିତ ଅଣ ଲାଭକାରୀ ସଂଗଠନ ଓ ଟ୍ରଷ୍ଟ ମାଧ୍ୟମରେ ସଂଗୃହିତ ଧନରେ ଆତଙ୍କବାଦୀ ସଂଗଠନ ଚାଲିଛି । ଏହି ଅଣ ଲାଗଭକାରୀ ସଂଗଠନ ଉପରେ ଏପ୍ରିଲରେ ପ୍ରତିବନ୍ଧକ ଲଗାଯାଇଥିଲା । ବିସ୍ତୃତ ଯାଞ୍ଚରେ ଜଣାପଡିଥିଲା, ଜମାତ ଉଦ ଦାବା ଶୀର୍ଷ ନେତାଙ୍କ ସହ ସିଂଗଠନର ସମ୍ପର୍କ ରହିଛି । ଏହାପରେ ୧୭ ଜୁଲାଇ ୨୦୧୯ରେ ସଇଦକୁ ପଞ୍ଜାବ ସିଟିଡି ଦ୍ୱାରା ଗିରଫ କରାଯାଇ ଥିଲା ।

Related posts

ସଂସଦରେ ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

mahabharatanews

ଗୋଧରା ହତ୍ୟାକାଣ୍ଡ ଘଟଣାରେ ୮ ଦୋଷୀଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମ କୋର୍ଟ

mahabharatanews

ଉତ୍ତର ପ୍ରଦେଶରେ ଦୁଇ ସାଧୁଙ୍କୁ ମନ୍ଦିର ପ୍ରାଙ୍ଗଣରେ ହତ୍ୟା

mahabharatanews