ଓଡିଶା

ଆଦିବାସୀ ଯୁବତୀର ଚିକିତ୍ସା ବ୍ୟବସ୍ଥା କଲା ଜିଲ୍ଲାପ୍ରଶାସନ

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ଅଜଣା ରୋଗରେ ପିଡିତା ଜଣେ ଗରିବ ଆଦିବାସୀ ଯୁବତୀ ର ଚିକିତ୍ସା ପାଇଁ ସହାୟତାର ହାତବଢାଇଛି ଜିଲ୍ଲା ପ୍ରଶାସନ । ଚିକିତ୍ସା ପାଇଁ ଅର୍ଥସାଜିଛି ବାଧକ, ବଚିଂବା ପାଇଁ ଜିଲ୍ଲାପ୍ରଶାସନ ନିକଟରେ ଆକୁଳ ନିବେଦନ କରିବା ଘଟଣା ଗତ କାଲି ଗଣମାଧ୍ୟମରେ ପ୍ରକାଶିତ ହେବାପରେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ତାର ଚିକିତ୍ସାର ବ୍ୟବସ୍ଥା କରିଛନ୍ତି । ଖଇରପୁଟ ବ୍ଲକସ୍ଥ ପାରକାନମାଳା କଲୋନିର ୧୯ବର୍ଷର ଆଦିବାସୀ ଯୁବତୀ ଲଳିତା ଗୋଲରୀ ଅଚିହ୍ନା ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣା ଭୋଗୁଥିଲେ । ଏ ସଂପର୍କରେ ଜିଲ୍ଲାପ୍ରସାସନ ଓ ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟଅଧିକାରୀ ଡା ଅରୁଣ କୁମାର ପାଢିଙ୍କ ଜାଣିବା ପରେ ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ଆଣାଯାଇ ଚିକିତ୍ସା ଆରମ୍ଭ କରାଯାଇଛି ।
ଲଳିତା ପୁର୍ବରୁ ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀର ଛାତ୍ରୀ ଥିବାରୁ ଏକାଡେମୀର ମୁଖ୍ୟ ବିନାଶ କୁମାର ମିଶ୍ର ଓ ଏକାଡେମୀର ସଭାପତି ରତ୍ନାକର ଦାଶ ଆଜି ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ପହଁଚି ଚିକିତ୍ସିତ ହେଉଥିବା ଲଳିତା ଓ ତାଙ୍କ ବାପା ପଦ୍ମଲାଭ ଗୋଲରୀ,ମା ଲକ୍ଷମ୍ମୀ ଗୋଲରୀ ଙ୍କୁ ଭେଟି ଆଶ୍ୱସନା ଦେଇ ଲଳିତାର ଆସୁ ଆରୋଗ୍ୟ କାମନା କରିଥିଲେ । ସେମାନେ ସିଡିଏମଓଙ୍କୁ ତାଙ୍କ ଚିକିତ୍ସା ସଂପର୍କରେ ପଚାରି ବୁଝିଥିଲେ । ଲଳିତା ଙ୍କୁ କୌଣସି ଅଚିହ୍ନାରୋଗ ହୋଇ ନାହିଁ ତାଙ୍କ ପାକସ୍ଥଳିରେ ଟ୍ୟିମୋର କିମ୍ବା ତାଙ୍କୁ ଟିବି ରୋଗ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଏହି ରୋଗର ଚିକିତ୍ସା ମାଲକାନଗିରି ଜିଲ୍ଲା ହସପିଟାଲ ରେ ହୋଇପାରିବ । ଆସନ୍ତା କାଲି ତାଙ୍କର ଅଲଟ୍ରାସାଉଣ୍ଡ କରିବା ପରେ ପ୍ରକୃତ ରୋଗ କଣ ଜଣାପଡିବ । ଯଦି ଅନ୍ୟ କୌଣସି ରୋଗ ହୋଇଥାଏ ଆବଶ୍ୟକ ପଡିଲେ ତାଙ୍କର ମାଗଣାରେ ଉଚ୍ଚତର ଚିକିତ୍ସା ନିମନ୍ତେ କଟକ କିମ୍ବା ଆନ୍ୟ ବଡ ହସପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ସିଡିଏମଓ ଡା ଶ୍ରୀ ପାଢି କହିଛନ୍ତି । ସୁଚନା ଯୋଗ୍ୟଯେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ ପରକାନମାଳା ଗ୍ରାମର ପଦ୍ମଲମ ଗୋଲରୀ ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ବ୍ୟକ୍ତି । ପଦ୍ମଲମ ଛୋଟ କାଟିଆ ମିସ୍ତ୍ରୀ କାମ ସହ ପରଘରେ ମୂଲ ମଜୁରୀ ଲାଗି ନିଜପରିବାର ବହୁକଷ୍ଟରେ ଚଳାଇଥାନ୍ତି । ଗତ ଦୁଇବର୍ଷ ହେଲା ଲଳିତା ଅଜଣା ରୋଗ ରେ ଆକ୍ରାନ୍ତ ହୋଇ ଦିନକୁ ଦିନ ଛୋଟପିଲା ପରି ଦେଖା ଯିବା ସହ ନର କଙ୍କାଳ ପାଲଟି ଯାଇଥିଲେ,ଗତ ଚାରିମାସ ତଳେ ଏହି ରୋଗ ଅତ୍ୟଧିକ ମାତ୍ରାରେ ବଢିଯାଇ ସେ ଯାହା ଖାଇଲା ସବୁ ବାନ୍ତି ହୋଇଗଲା,ଖାଦ୍ୟ ପେଟକୁ ଯାଉନଥିବାରୁ ଲଳିତା କଲେଜରେ ଭଲ ପାଠପଢୁଥିଲେ ମଧ୍ୟ ତାଙ୍କର ଦେହଖରାପ ଯୋଗୁଁ ପାଠପଢାରେ ଡୋରି ବନ୍ଧାହୋଇ ଗଲା ।ଘରେ ଯାହା ଟଙ୍କା ପାଇସା, ଗାଇ ଗୋରୁ ଥିଲା ବିକ୍ରୀ କରି ବିଭିନ୍ନ ସ୍ଥାନରେ ଡାକ୍ତର ଦେଖାଇ ସବୁ ସରିଗଲା ହଲେ ଲଳିତା ଭଲ ହେବା ପରିବର୍ତେ ଦିନକୁ ଦିନ ତାଙ୍କର ଦେହ ଖରାପ ହୋଇ ଦେହ ନର କଙ୍କାଳା ସଦୃଶ୍ୟ ଦେଖା ଗଲା । ଲଳିତା ଙ୍କ ଅବସ୍ଥା ଦିନକୁ ଦିନ ଖରାପ ଆଡକୁ ଗତିକରୁଥିବାରୁ ସେ ଯନ୍ତ୍ରଣାରେ ଛଟପଟ ହୋଇ ବଚିଂବାପାଇଁ ବିଛଣାରେ ପଡି ରହିଥିଲେ, ଗତକାଲି ସେ ଓ ତାଙ୍କ ମା ଲକ୍ଷ୍ମି ଜିଲ୍ଲାପ୍ରଶାସନ ଓ ଗଣମାଧ୍ୟମ ନିକଟରେ ଚିକିତ୍ସାର ବ୍ୟବସ୍ଥା କରିବା ପାଇଁ ଆକୁଳ ନିବେଦନ କରିଥିଲେ ।

Related posts

ଆସନ୍ତା ଶିକ୍ଷା ବର୍ଷ ଆରମ୍ଭରୁ ହେବ ରିଭିଜନ କ୍ଲାସ

mahabharatanews

୩ଦଫା ଦାବିରେ ରାଜପଥ ଅବରୋଧ

mahabharatanews

୨୪ ଘଣ୍ଟା ମଧ୍ୟରେ ୩୫୫ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews