(ମହାଭାରତ): ସାଧାରଣତଃ ଆଜିକାଲିର ଯୁବପୀଢି ନିଜକୁ ଷ୍ଟାଇଲିସ୍ ଲୁକ୍ ଦେବା ପାଇଁ ବିଭିନ୍ନ ଚାଳିଚଳନକୁ ଆପଣାଇଥାନ୍ତି । ଅଧିକାଂଶ ଯୁବକଯୁବତୀ ଏବେ ବସିବା ସମୟରେ ସିଧା ହୋଇ ନବସି ଗୋଡ ଉପରେ ଗୋଡ ପକାଇ କରି ବସୁଥିବା ଦେଖିବାକୁ ମିଳୁଛି । କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କର ଏହି ବସିବା ଷ୍ଟାଇଲ ଆପଣଙ୍କ ଶରୀରକୁ ହାନି ପହଞ୍ଚାଇଥାଏ । ଆସନ୍ତୁ ଜାଣିବା ଏପରି ବସିବା ଶରୀର ଉପରେ କ’ଣ ପ୍ରଭାବ ପକାଇଥାଏ ।
ପେଲଭିକ୍ ଇନବାଲାନ୍ସ: ଏପରି ବସିବା ଦ୍ୱାରା ମଣିଷ ଶରୀରର ପେଲଭିକ୍ ମାଂସପେଶୀ ଅସନ୍ତୁଳନ ହୋଇଥାଏ । ଏପରି ପ୍ରତିଦିନ ଅଧିକ ଘଣ୍ଟା ବସିବା ଦ୍ୱାରା ଜଘଂ ସଙ୍କିଚତ, ଫୁଲିବା ଇତ୍ୟାଦି ସମସ୍ୟା ଦେଖିବାକୁ ମିଳିଥାଏ ।
ବ୍ଲଡ ସର୍କୁଲେସନ ଉପରେ ପ୍ରଭାବ
ଗୋଡ ଉପରେ ଗୋଡ ରଖି ବସିବା ଦ୍ୱାରା କେବଳ ବ୍ଲଡ ପ୍ରେସର ନୁହେଁ ବରଂ ବ୍ଲଡ ସର୍କୁଲେସନ ମଧ୍ୟ ପ୍ରଭାବିତ ହୋଇଥାଏ । ଏପରି ସ୍ଥିତିରେ ବସିବା ସମୟରେ ଦୁଇଟି ଯାକ ଗୋଡରେ ସମାନ ପରିମାଣରେ ବ୍ଲଡ ସକୁୟଲେସନ ହୋଇନଥାଏ । ଏହି କାରଣରୁ ଗୋଡ ଝିମିଝିମ୍ ହୋଇଯାଇଥାଏ ।
ବ୍ଲଡପ୍ରେସର ଉପରେ ପ୍ରଭାବ
ଗୋଡ ଉପରେ ଗୋଡ ରଖି ବସିବା ଦ୍ୱାରା ରକ୍ତଚ।।ପ ବଢିଥାଏ । ସେଥିପାଇଁ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ଏପରି ପୋଜିସନରେ ବସିବା ଉଚିତ୍ ନୁହେଁ । ଏହାଛଡା ଯାହାର ରକ୍ତଚାପ ସମସ୍ୟା ନଥାଏ, ସେମାନେ ମଧ୍ୟ ଏପରି ସ୍ଥିତିରେ ବସନ୍ତୁ ନାହିଁ ।
ଲୋୟର ବ୍ୟାକ୍ ଯନ୍ତ୍ରଣା
ଆପଣ ବସିବା ଉଠିବା ସମୟରେ ଅଣ୍ଟାର ତଳ ଭାଗରେ ଯନ୍ତ୍ରଣା ହେଉଛି କି ? ଯଦି ଏପରି ହେଉଥାଏ, ତେବେ ଗୋଡ ଉପରେ ଗୋଡ ପକାଇ ବସନ୍ତୁ ନାହିଁ ।
ଜଏଣ୍ଟ ପେନ୍
ଅଫିସରେ ୮ରୁ୯ ଘଣ୍ଟା ଚେୟାରରେ ବସିବା ଦ୍ୱାରା ଗୋଡର ଗଣ୍ଠି ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଯଦି ଆପଣ ଏପରି ସମସ୍ୟାରେ ଗତି କରୁଥାନ୍ତି ଏବଂ ଯୋଗ, ବ୍ୟାୟାମ କରି ମଧ୍ୟ ଏହି ଯନ୍ତ୍ରଣା କମ୍ ହେଉନି । ତେବେ ଆପଣ ଗୋଡ ଉପରେ ଗୋଡ ପକାଇ ବସିବା ଅଭ୍ୟାସ ବନ୍ଦ କରିଦିଅନ୍ତୁ । ଏହାହିଁ ଜଏଣ୍ଟ ପେନର ପ୍ରମୁଖ କାରଣ ।
previous post
next post