ଓଡିଶା

ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଭତୃହରି ମହତାବ 

(ଭୁବନେଶ୍ୱର) :  ବିଜେଡି ରୁ ଇସ୍ତଫା ଦେଲେ କଟକ ଲୋକସଭା ସାଂସଦ ଭତୃହରି ମହତାବ  । ତେବେ ସେ ନିଜର କାରଣ ଦର୍ଶାଇଛନ୍ତି  ।  ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଆଜି ଚିଠି ଲେଖି ଜଣାଇଛନ୍ତି   ।ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲି ଅନୁରୋଧ କରୁଛି ମୋ ଇସ୍ତଫା ପତ୍ର ଦଳ ସଭାପତି ଗ୍ରହଣ କରନ୍ତୁ   ।

ସେ କହିଛନ୍ତି , “ଦଳର ସଂଚାଳନ ଓ ପରିଚାଳନା ରେ ମୁଁ ସନ୍ତୁଷ୍ଟ ନାହିଁ । ମୁଁ ଏହାକୁ ସୁଧାରିବା ପାଇଁ ଚେଷ୍ଟା କରିଛି କିନ୍ତୁ କିଛି ପରିବର୍ତ୍ତନ ଆସିଲା ନାହିଁ  । ମୁଁ ନିଜର ଅନୁଭବକୁ ଏହି ଦଳରେ ପରିପ୍ରକାଶ କରିବା ପାଇଁ ସେତିକି ସୁଯୋଗ ପାଇଲି ନାହିଁ  ।ମୋ ଧର୍ଯ୍ୟର ସୀମା ଅତିକ୍ରମ ହେଇଛି  । ତେଣୁ ଦଳରୁ ଦୂରେଇ ଯାଉଛି   । ସଂସଦ ରେ ବିଜେଡି ପକ୍ଷ ରୁ ଠିକ୍ ଢଙ୍ଗରେ ମୁଁ ଦାଇତ୍ୱ ତୁଲାଇଛି  ।

Related posts

ମହାରାଷ୍ଟ୍ରରେ ଆଉ ୨ କରୋନା ପଜିଟିଭ୍

mahabharatanews

ସଂରକ୍ଷଣ ହାର ପରିବର୍ତ୍ତନ କରିବେ ସରକାର

mahabharatanews

 ପ୍ରବୀରଙ୍କ କନ୍ୟାକୁ ମାଗଣାରେ ମିଳିବ ଶିକ୍ଷା

mahabharatanews