ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ନେଇ ସ୍ଥିତି ସଙ୍କଟଜନକ । କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଗୁରୁତର ସଂକ୍ରମିତଙ୍କ ପାଇଁ ଭେଣ୍ଟିଲେଟର ନିତାନ୍ତ ଜରୁରୀ ହୋଇଥାଏ । ଦେଶରେ କରୋନା ମୁକାବିଲା ଲାଗି ୧୦ ଲକ୍ଷ ଭେଣ୍ଟିଲେଟରର ଆବଶ୍ୟକତା ରହିଥିବା ବେଳେ କିନ୍ତୁ ୫୦ ହଜାର ଭେଣ୍ଟିଲେଟର ରହିଛି । ଅର୍ଥାତ୍ ୫ ପ୍ରତିଶତ ରୋଗୀଙ୍କୁ ଆମେ ଭେଣ୍ଟିଲେଟର ଯୋଗାଇ ପାରିବୁ । କରୋନା ଭେଣ୍ଟିଲେଟର ଯୋଗାଡ଼ ପାଇଁ ଅବଶ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି । ବେଙ୍ଗାଲୁରୁସ୍ଥିତ କମ୍ପାନୀ ଡାୟନାମେଟିକ୍, ଷ୍ଟାର୍ଟ ଅପ୍ ନୋକ୍କା ରୋବୋଟିକ୍ସ୍ ଏବଂ ନୂଆ ଦିଲ୍ଲୀସ୍ଥିତ କମ୍ପାନୀ ଅଗୱା ହେଲଥ୍ କେୟାର ପକ୍ଷରୁ ଦେଶର ଭେଣ୍ଟିଲେଟର •ହିଦା ପୂରଣ ପାଇଁ ପ୍ରୟାସ କରାଯାଉଛି । କମ୍ପାନୀଗୁଡ଼ିକ ପକ୍ଷରୁ ଭେଣ୍ଟିଲେଟର ନିର୍ମାଣ ଜାରି ରହିଛି । ତେବେ ଲକ୍ ଡାଉନ ପାଇଁ କର୍ମ•ରୀ ଅଭାବ ଯୋଗୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କଷ୍ଟକର ହେଉଥିବା କୁହାଯାଉଛି । ଲକ୍ ଡାଉନ୍ ମଧ୍ୟରେ ସମସ୍ତ ଚିକିତ୍ସା ଉପକରଣ ପ୍ରସ୍ତୁତ କରି ରଖିବା ଲାଗି ସରକାର ଯୋଜନା କରିଥିଲେ । ଏପ୍ରିଲ୍ ମାସରେ ମାତ୍ର ୮ ଦିନରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ବଢ଼ିଛି । ଏହା ଜାରି ରହିଲେ ସ୍ଥିତି ଅସମ୍ଭାଳ ହେବ ବୋଲି କୋଲକାତାର ପିୟରଲେସ୍ ହସ୍ପିଟାଲର କ୍ଲିନିକାଲ ନିର୍ଦ୍ଦେଶକ ଶୁଭ୍ରଜ୍ୟୋତି ଭୌମିକ୍ ସୂଚନା ଦେଇଛନ୍ତି । ଯଦି ଭାରତର ୧୩୦ କୋଟି ଜନସଂଖ୍ୟା ମଧ୍ୟରୁ ୧୦ ପ୍ରତିଶତ କରୋନା ଦ୍ୱାରା ସଂକ୍ରମିତ ହୁଅନ୍ତି, ଏବଂ ସେମାନଙ୍କ ମଧ୍ୟରୁ ୧ ପ୍ରତିଶତଙ୍କ ପାଇଁ ଭେଣ୍ଟିଲେଟର ଆବଶ୍ୟକ ହୁଏ ତେବେ ଏହାକୁ ଯୋଗାଇବା ଅସମ୍ଭବ ହୋଇ ପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି ।
previous post