Uncategorized

ଆମେରିକା- ତାଲିବାନ ଚୁକ୍ତି ବିଫଳ

କାବୁଲ: ଆଫଗାନିସ୍ତାନର ଖୋସ୍ତ ସହରର ଫୁଟବଲ ପଡିଆରେ ଏକ ବିସ୍ଫୋରଣ ହୋଇ ତିନି ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏହି ବିସ୍ଫେ।ରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି । ତେବେ ଏହି ବିସ୍ଫୋରଣ ପରେ ଆମେରିକା ଓ ତାଲିବାନ ମଧ୍ୟରେ ଆଫଗାନିସ୍ତାନରେ ଶାନ୍ତି ବଜାୟ ରଖିବାକୁ ହୋଇଥିବା ଶାନ୍ତି ଚୁକ୍ତି ୨ ଦିନ ନ ପୂରୁଣୁ ପ୍ରାୟ ଶେଷ ହେବାକୁ ଯାଇଛି ।

କତରର ରାଜଧାନୀ ଦୋହାରେ ୨୯ ଫେବୃଆରୀରେ ଆମେରିକା ଓ କତ୍ତର ମଧ୍ୟରେ ଐତିହାସିକ ଚୁକ୍ତି ହୋଇଥିଲା । ଏହା ଅନ୍ତର୍ଗତ ସମସ୍ତ ପକ୍ଷରୁ ସଂଘର୍ଷ ବିରାମ କରିବାର ଥିଲା । କିନ୍ତୁ ଗତକାଲି ତାଲିବାନ ଯୁଦ୍ଧ ବିରାମର ଏହି ଚୁକ୍ତିକୁ ଆଂଶିକ ଉଲ୍ଲଙ୍ଘନ କରିବାକୁ ଘୋଷଣା କଲା ଓ ଏହି ଘୋଷଣାର ୪୮ ଘଣ୍ଟ ମଧ୍ୟରେ ଏହି ବିସ୍ଫୋରଣ ହେଲା । ତାଲିବାନୀ ପ୍ରବକ୍ତା ଜବିହଉଲ୍ଲା ମୁଜାହିଦ କହିଛନ୍ତି, ହିଂସାରେ ହ୍ରାସ ଆଣିବାକୁ ନିଆଯାଇଥିବା ସମୟ ଶେଷ ହୋଇଯାଇଛି । ବର୍ତ୍ତମାନ ଆମର ଗତିବିଧି ପୂର୍ବ ପରି ଜାରି ରହିବ । ଆମେରିକା-ତାଲିବାନ ଚିକ୍ତି ଅନ୍ତର୍ଗତ, ଆମେ ବର୍ତ୍ତମାନ ବିଦେଶୀ ସୈନିକଙ୍କ ଉପରେ ଆକ୍ରମଣ କରିବୁ ନାହିଁ, କିନ୍ତୁ ଆଫଗାନିସ୍ତାନ ସରକ।।ର ଉପରେ ଆକ୍ରମଣ ଜାରି ରହିବ ।

Related posts

ସମସ୍ତ ରାଜ୍ୟକୁ ପୁଣି ଏନପିଆର ଅଧିସୂଚନା ଜାରି

mahabharatanews

ଚଳିତ ବର୍ଷ ମେ ୩ ମଧ୍ୟରେ ୬୪ ଆତଙ୍କୀ ଏନକାଉଣ୍ଟରରେ ନିହତ

mahabharatanews

କେମିତି ରହିବ ନୂଆ ବର୍ଷ ୨୦୨୧

mahabharatanews