(ମହାଭାରତ / ମଧୁସ୍ମିତା ତ୍ରିପାଠୀ): ଚଳିତ ବର୍ଷର ଶେଷ ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶରେ ଦେଖାଦେଇଥିବା ହିଂସାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଏଥିସହ ଦେଶର ଗରିବଙ୍କ ସ୍ୱାସ୍ଥ୍ୟର ଉନ୍ନତି କ୍ଷେତ୍ରରେ ଲୋକଙ୍କ ଭାଗିଦାରିତାକୁ ଆହ୍ୱାନ ଦେଇଛନ୍ତି ।
ମନକି ବାତ ଜରିଆରେ ମୋଦି କହିଛନ୍ତି, ସମସ୍ତେ ଅନୁଭବ କରନ୍ତି, ଯୁବାପିଢି ବହୁତ ପ୍ରଭାବଶାଳୀ । ଆମ ଦେଶର ଯୁବାବର୍ଗ ମଧ୍ୟରେ ଅରାଜକାତା ପ୍ରତି ଘୃଣା ରହିଛି । ସେମାନେ ଭେଦଭାବକୁ ପସନ୍ଦ କରନ୍ତି ନାହିଁ । ଆମେ ବର୍ଷର ଶେଷ କ୍ଷଣରେ ପହଁଚି ଛେ । ନୂଆ ଦଶକରେ ପ୍ରବେଶ କରିବା ସହ ଦେଶର ବିକାଶ ଦିଗରେ ଆମକୁ ଆଗେଇ ଯୁବାକୁ ହେବ ବୋଲି ମୋଦି ଯୁବପିଢିଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସେ ବିବେକାନନ୍ଦଙ୍କ ୁ ତାଙ୍କ ସମ୍ବୋଧନରେ ସ୍ଥାନ ଦେଇଥିଲେ । ସେ କହିଥିଲେ, ବିବେକାନନ୍ଦ କହିଥିଲେ, ମୋର ବିଶ୍ୱାସ ଆମର ଯୁବପିଢି । ଯୁବାବସ୍ଥାର ମୂଲ୍ୟକୁ ନାହିଁ ମାପ ଯାଇ ପାରିବ ତାର ମୂଲ୍ୟାୟନ କରିବା ସମ୍ଭବ ହେବ । ଏହା ସବୁଠାରୁ ମୂଲ୍ୟବାନ ସମୟ । ବିବେକାନନ୍ଦଙ୍କ ଅନୁଯାୟୀ, ଯୁବକ ସେହିମାନେ ଯିଏ ଶକ୍ତିରେ ଭରପୂର ଥିବେ ଓ ପରିବର୍ତ୍ତନର କ୍ଷମତା ରଖିଥିଲେ ବୋଲି ମୋଦି କହିଥିଲେ ।
ମୋଦି ତାଙ୍କ ସମ୍ବୋଧନାରେ ପଶ୍ଚିମ ଚମ୍ପାରଣର ଭୈରବଗଂଜ ହେଲ୍ଥ ସେଣ୍ଟରର ପ୍ରଶଂସା କରି କହିଛନ୍ତି, ପଶ୍ଚିମ ଚମ୍ପାରନରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଓ ଏହା କୌଣସି ସରକାରୀ କାର୍ଯ୍ୟକ୍ରମ ନଥିଲା । ସେଠାକ।।ର ଜଣେ ପୁରୁଣା ଛାତ୍ରମାନଙ୍କଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଥିଲା । ୧୯୮୫ର ଏକ ଏଲୁମିନି ସମୟରେ ଛାତ୍ରମାନେ କିଛି କରିବାକୁ ସକଳ୍ପ ନେଇ ଏପରି ପଦକ୍ଷେପ ଗ୍ରହଣ କରିଥିଲା । ଯାହା ଅତ୍ୟନ୍ତ ପ୍ରଶଂସନୀୟ ପଦକ୍ଷେପ । ତେଣୁ ଆଜି କାଲି ପ୍ରତ୍ୟେକ ସ୍କୁଲର ଛାତ୍ରଙ୍କ ମଧ୍ୟରେ ହେଉଥିବା ଏଲୁମିନିରେ ଏପରି ପଦକ୍ଷେପ ନିଆଯିବାକୁ ସେ ଆହ୍ୱାନ ଦେଇଥିଲେ । ଏହା ବ୍ୟତୀତ ସେ ଉତ୍ତର ପ୍ରଦେଶର ଫୁଲପୁର ମହିଳାଙ୍କ ସଂଘବଦ୍୍ଧ ହୋଇ ଚପଲ ତିଆରି କରିବାକୁ ପ୍ରଶଂସା ମଧ୍ୟ କରିଥିଲେ । ଆଜିର ମନକି ବାତରେ ମୋଦି ବିଭିନ୍ନ ଯୁବବର୍ଗର ସଫଳତା ଓ ପଦକ୍ଷେପକୁ ସ୍ଥାନ ଦେଇଥିଲେ ।
previous post