ଓଡିଶା

ଆରମ୍ଭ ହେଲା +୩ ଯୁକ୍ତ ତିନି ଦ୍ୱିତୀୟ ବର୍ଷ, ପିଜି ପ୍ରଥମ ବର୍ଷ ପାଠପଢା

ଭୁବନେଶ୍ୱର: ପ୍ରାୟ ଏକ ବର୍ଷ ପରେ ଆଜିଠାରୁ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷର ପାଠପଢ଼ା ଅଫଲାଇନ ଆରମ୍ଭ ହୋଇଛି । ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜେସନ୍ ପରି କୋଭିଡ କଟକଣାକୁ ପାଳନ କରି ବିଶ୍ୱବିଦ୍ୟାଳୟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଥିସହ ରାଜ୍ୟରେ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲୁଛି।
ପୂର୍ବରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଖୋଲିସାରିଥିବା ବେଳେ ଗତ ୮ ତାରିଖରୁ ନବମ ଓ ଏକାଦଶ ଶ୍ରେଣୀ ଖୋଲିଛି । ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ଯାଏ ଦୁଇ ଘଣ୍ଟାରେ ନବମ ଓ ଏକାଦଶ ଶ୍ରେଣୀର ୩ଟି ଲେଖାଏ ପିରିୟଡ୍ ହେଉଛି। ଏହାପରେ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ପାଠପଢ଼ା । ଏପ୍ରିଲ ୩୦ ଯାଏଁ ଏହି ଉଭୟ ଶ୍ରେଣୀ ପିଲାଙ୍କୁ କ୍ଲାସ୍‌ରୁମ୍‌ ଟିଚିଂ ଦିଆଯିବ ବୋଲି ସ୍କୁଲ ଓ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।

 

Related posts

ପଶ୍ଚିମ ବଙ୍ଗ ରାଜ୍ୟପାଳଙ୍କୁ ବିଧାନସଭା ମନା

mahabharatanews

ବିଭିନ୍ନ ସମସ୍ୟା ନେଇ ଧାରଣାରେ ବସିଲେ ମହିଳା

mahabharatanews

ରାଜ୍ୟସ୍ୱାସ୍ଥ୍ୟ ବିଭାଗ କୋଭିଡ ମନିଟରିଂ ଟିମ କେନ୍ଦୁଗୁଡା ଗ୍ରାମ ପରିଦର୍ଶନ ଓ ଅଜଣା ରୋଗର ସ୍ଥିତି ଅନୁଧ୍ୟାନ କଲେ

mahabharatanews