ଓଡିଶା

ଆସନ୍ତାକାଲିଠାରୁ ସ୍ପେଶାଲ ଓଜେଇ ପରୀକ୍ଷା

ରାଜ୍ୟରେ ୩୮ଟି କେନ୍ଦ୍ରରେ ପରୀକ୍ଷା ହେବ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ରାଜ୍ୟରେ ସ୍ପେଶାଲ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ। ଆସନ୍ତା ସେପ୍ଟେମ୍ବର ୩, ୪ ଓ ୭ ତାରିଖରେ ତିନି ଦିନ ଧରି ପରୀକ୍ଷା ଅନୁଷ୍ଠିତ ହେବ। ଏମବିଏ, ବି ଟେକ, ବି ଫାର୍ମା ପ୍ରଭୃତି ବିଭାଗରେ ପରୀକ୍ଷା ହେବ। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ ହେବ। ୪ଟି ସିପ୍ଟରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ। ସ୍ପେଶାଲ ଓଜେଇଇରେ ମୋଟ ୨୮,୬୨୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ରାଜ୍ୟର ୨୮ଟି ସହରରେ ୩୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ଆଡମିଟ କାର୍ଡ ଡାଉନଲୋଡ କରି ପରୀକ୍ଷା ସମ୍ପର୍କରେ ସବିଶେଷ ତଥ୍ୟ ଜାଣିପାରିବେ। ଏନେଇ ଓଜେଇଇର ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।

Related posts

ଆଉ ୬ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି

mahabharatanews

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିବସ ଉପଲକ୍ଷେ ମାଗଣା ସ୍ଵାସ୍ଥ୍ୟ ଚିକିତ୍ସା ଶିବିର

mahabharatanews

ବେଗୁନିଆ ହଜ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ମୃତ, ଟାୟାର ଜାଳି ରାସ୍ତା ଅବରୋଧ

mahabharatanews